Home ଓଡ଼ିଶା ଅଳିଆ ଆବର୍ଜ୍ଜନାକୁ ସ୍ୱଚ୍ଛ ସବାରୀକୁ ଦେବା ପାଇଁ ପରାମର୍ଶ

ଅଳିଆ ଆବର୍ଜ୍ଜନାକୁ ସ୍ୱଚ୍ଛ ସବାରୀକୁ ଦେବା ପାଇଁ ପରାମର୍ଶ

561

ପୁରୀ, ୨୭/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ନିମନ୍ତେ ନିଜ ଘର ଦୋକାନ ଓ କାର୍ଯ୍ୟାଳୟରୁ ବାହାରୁଥିବା ଆବର୍ଜ୍ଜନାକୁ ସ୍ୱଚ୍ଛ ସବାରୀ ଗାଡିକୁ ଦେବାକୁ ଜିଲ୍ଲାପାଳ ଶ୍ରୀବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି। ଆବର୍ଜ୍ଜନାକୁ ନାଳରେ କିମ୍ବା ଅନ୍ୟତ୍ର ନପିଙ୍ଗିବା ପାଇଁ ଜିଲ୍ଲାପାଳ କହିଛନ୍ତି। ଏହାର ଖିଲାପକାରୀଙ୍କ ଠାରୁ ଆର୍ଥିକ ଜରିମାନା ଆଦାୟ କରାଯିବ। ଆସନ୍ତା ମାସଠାରୁ ଏହି ନିୟମକୁ ଆହୁରି କଡାକଡି କରାଯିବ। ସର୍ବସାଧାରଣରେ ଛେପ ପକାଇବାକୁ ମଧ୍ୟ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ। ବିଶେଷକରି ସହରବାସୀଙ୍କୁ ଅନୁରୋଧ କରାଯାଇଛି ଉକ୍ତ ତିନୋଟି ନିର୍ଦ୍ଦେଶନାମାକୁ ପାଳନ କରିବାକୁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡାଯାଇଛି। ଏହାଦ୍ୱାରା ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିପାରିବା ସହ କରୋନା ଏବଂ ଅନ୍ୟ ମହାମାରୀକୁ ରୋକାଯିବା କ୍ଷେତ୍ରରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.