Home Coronavirus Outbreak ଆଜିର ୭ କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର

ଆଜିର ୭ କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର

599

ଭୁବନେଶ୍ବର ୨୮-୪ (ଓଡ଼ିଆ ପୁଅ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୧୮ ରେ ପହଁଚିଛି। ଆଜି ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୪ ଓ ଭଦ୍ରକରୁ ୩ ଜଣ ଅଛନ୍ତି। ତେଣୁ ସୁନ୍ଦରଗଡ଼ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହେଇଥିବା ବେଳେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।

ସୁନ୍ଦରଗଡ଼ର ୪ ଜଣ ଆକ୍ରାନ୍ତ ହେଉଛନ୍ତି ରାଉରକେଲା ନାଲା ରୋଡ଼ର। ସେମାନଙ୍କ ମଧ୍ୟରୁ ଦୁଇଜଣ ମହିଳା ଏବଂ ଦୁଇ ଜଣ ପୁରଷ ଅଛନ୍ତି। ମହିଳାମାନଙ୍କ ବୟସ ୩୫ ଓ ୫୫ ବର୍ଷ ହୋଇଥିବା ବେଳେ ପୁରୁଷ ମାନଙ୍କ ବୟସ ୨୭ ଏବଂ ୩୮ ବର୍ଷ ଅଟେ। ତେବେ ଏମାନେ ୧୦୩ ନମ୍ବର ପଜିଟିଭ୍‌ଙ୍କ ସଂପର୍କୀୟ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏ ସମସ୍ତଙ୍କର କୌଣସି ଲକ୍ଷଣ ନାହିଁ।

ଅପର ପକ୍ଷରେ ଭଦ୍ରକର ୩ ଜଣ ହେଲେ ପଶ୍ଚିମବଙ୍ଗ ଲିଙ୍କ। ସେମାନଙ୍କ ମଧ୍ୟରେ ତିନିଜଣ ପୁରଷ ଅଛନ୍ତି। ପୁରୁଷମାନଙ୍କ ବୟସ ୪୫ ଓ ୨୮ ଏବଂ ୨୯ ବର୍ଷ ଅଟେ। ଏ ସମସ୍ତଙ୍କର କୌଣସି ଲକ୍ଷଣ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.