Home ଜିଲ୍ଲା ପରିକ୍ରମା ପାର୍ବତୀ ବିଶ୍ୱାଳ ଥିଲେ ସାହିତ୍ୟପ୍ରାଣା

ପାର୍ବତୀ ବିଶ୍ୱାଳ ଥିଲେ ସାହିତ୍ୟପ୍ରାଣା

14

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାର୍ବତୀ ବିଶ୍ୱାଳଙ୍କର ଜୟନ୍ତୀ ଭଦ୍ରକର ସଂସ୍କୃତି ଭବନଠାରେ ପାଳିତ ହୋଇଯାଇଛି । ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀ ସଞ୍ଜିବ କୁମାର ମଲ୍ଲିକ ଏହି ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଚରମ୍ପା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଯୋଗଦାନ କରି ପାର୍ବତୀ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟତମ ବକ୍ତା ଭାବେ ସାହିତ୍ୟିକ କୀର୍ତ୍ତନ ବିହାରୀ ଦାଶ ଯୋଗଦାନ କରି ସ୍ମୃତିଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଇଂ ଅଭୟ ସୂତାର ଯୋଗଦାନ କରିଥିଲେ । ଅବସରପ୍ରାପ୍ତ ଅଧ୍ୟାପିକା ଡଃ ରାଧାରାଣୀ ମହାପାତ୍ର ସଭାରେ ପୌରୋହିତ୍ୟ କରି ୰ ପାର୍ବତୀ ବିଶ୍ୱାଳ ପ୍ରକୃତରେ ଜଣେ ସାହିତ୍ୟପ୍ରାଣା ଆତ୍ମା ଥିଲେ ବୋଲି କହିଥିଲେ । ସମ୍ପାଦକ ପ୍ରୀତିରଞ୍ଜନ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ କୁଶ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଗୌତମ ମହାରଣା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ରତିକାନ୍ତ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ବିଜୟ କୁମାର ବହଳୀ ଅତିଥିମାନଙ୍କୁ ଆହ୍ୱାନ କରିଥିଲେ । ବରିଷ୍ଠ ଅଧିବକ୍ତା ଅତିଶ କୁମାର ବେହେରା ସଭାର ସଞ୍ଚାଳନା କାର୍ଯ୍ୟ କରିଥିଲେ । ସମ୍ପାଦକ ବିଜୟ ବହଳୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ୍‌ପ୍ରଥମ ଅଧିବେଶନରେ କବିତା ପାଠ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କବି ଅବନୀ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଉଷାରାଣୀ ଯୋଗଦାନ କରିଥିଲେ । ଶିକ୍ଷୟିତ୍ରୀ ଦିପ୍ତୀମୟୀ ସାହୁ ଓ ସରୋଜିନୀ ନାୟକ କବିତାଗୁଡିକୁ ସଂଯୋଜନା କରିଥିଲେ । କବି ରତିକାନ୍ତ ବେହେରା ପ୍ରଥମ ଅଧିବେଶନକୁ ସଞ୍ଚାଳନ କରିଥିଲେ । ଶିକ୍ଷାବିତ୍ ଓ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଭାତ କୁମାର ଜେନା ସଭା ସଫଳତାରେ ସମସ୍ତ ସାହାଯ୍ୟ କରିଥିଲେ । ବହୁ କବି, କବୟିତ୍ରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.