Home କେନ୍ଦୁଝର ପାରିବାରିକ କଳହରୁ ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

154

ଯୋଡା, ୧୩/୦୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ରବିବାର ବିଳମ୍ବିତ ରାତ୍ରୀରେ ଯୋଡା ଥାନା ଅନ୍ତର୍ଗତ ଆଜାଦବସ୍ତି ପଡିଆ ନିକଟରେ ଗଦାଧର ମହାକୁଡ (୩୮) ନାମକ ଜଣେ ଯୁବକ ଏକ ଇଲେକ୍ଟ୍ରି ଟାୱାରରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ସୋମବାର ଭୋରରେ କିଛି ସ୍ଥାନୀୟ ଲୋକେ ଟାୱାରେ ଏକ ମୃତ ଦେହ ଝୁଲୁଥିବା ଦେଖି ଯୋଡା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମୃତ ଗଦାଧର ମହାକୁଡ ଜଜାଙ୍ଗସ୍ଥିତ ରୁଙ୍ଗଟା କମ୍ପାନୀରେ୍ ବୋଲେରୋ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଗତ ୩ ମାସରୁ ଉର୍ଦ୍ଧ ସମୟ ହେବ କମ୍ପାନୀ ବନ୍ଦ ହେବା ଫଳରେ ତାଙ୍କୁ ଛଟେଇ କରିଦଆଯାଇଛି । ତେବେ ଉକ୍ତ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ଜୁରୁଡି ଅଞ୍ଚଳର ଏକ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ଉକ୍ତ କଥା ତାଙ୍କ ସ୍ତ୍ରୀ ଅଞ୍ଜୁ ମହାକୁଡ ଜାଣିବା ପରେ ରବିବାର ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା । ପରେ ସେ ଘରୁ ବାହାରି ପଳାଇଆସିଥିଲେ । ଖୋଜା ଖୋଜି ପରେ ତାଙ୍କ ମୃତ ଦେହ ସୋମବାର ସକାଳ ଆଜାଦବସ୍ତି ପଡିଆର ଏକ ଇଲେକ୍ଟ୍ରି ଟାୱାରରେ ଝୁଲୁଥିବା ଘର ଲୋକେ ଖବର ପାଇଥିଲେ । ଏ ନେଇ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.