Home Coronavirus Outbreak ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ହେଲା ସିଏ ପରୀକ୍ଷା

ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ହେଲା ସିଏ ପରୀକ୍ଷା

89

ନୂଆ ଦିଲ୍ଲୀ ୧୩-୭ (ଓଡ଼ିଆ ପୁଅ) COVID-19 ସଂକ୍ରମଣର ଆଶଂକାକୁ ନଜରରେ ରଖି ଉପଯୁକ୍ତ ସତର୍କତା ମଧ୍ୟରେ ବହୁ ସଂଖ୍ୟକ କେନ୍ଦ୍ରରେ ପରୀକ୍ଷା ପରିଚାଳନା ପାଇଁ ନିର୍ଦ୍ଦେଶ ଲୋଡିଥିବା ଇଣ୍ଡିଆ ୱାଇଡ୍ ପ୍ୟାରେଣ୍ଟସ୍ ଆସୋସିଏସନର ସଭାପତି ଅନୁଭା ଶ୍ରୀବାସ୍ତବ ସାହାଙ୍କ ଦ୍ୱାରା ଏକ ଆବେଦନ ଦାଖଲ କରାଯାଇଥିଲା। ଆଜି ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ପରୀକ୍ଷାକୁ ନେଇ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରିଥିଲେ।

ଏହି ଶୁଣାଣି ସମୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ସୋମବାର ସୁପ୍ରିମକୋର୍ଟକୁ ପ୍ରକାଶ କରିଛିଯେ, COVID-୧୯ ମହାମାରୀ କରାଣରୁ ମଇ ସେମିଷ୍ଟାର ପରୀକ୍ଷା ଯାହାକି ଜୁଲାଇ-ଅଗଷ୍ଟରେ ହେବାକୁ ଥିଲା ତାହାକୁ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଆଇସିଏଆଇରେ ହାଜର ହୋଇଥିବା ଓକିଲ ରାମଜୀ ଶ୍ରୀନିବାସନ୍ ସୁପ୍ରୀମ କୋର୍ଟକୁ କହିଛନ୍ତି ଯେ,ଏହି ସେମିଷ୍ଟାରରେ CA ପରୀକ୍ଷା ନକରିବାକୁ ଅନୁଷ୍ଠାନ ନିଷ୍ପତ୍ତି ନେଇଛି ଏବଂ ଏହା ମଧ୍ୟ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.