Home କେନ୍ଦୁଝର ପାରିବାରିକ କଳହକୁ ନେଇ ଆକ୍ରମଣ, ଜଣେ ଆହତ

ପାରିବାରିକ କଳହକୁ ନେଇ ଆକ୍ରମଣ, ଜଣେ ଆହତ

32

ହାଟଡିହି- ୮/୮: (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଆବୁଲୁପୁରା ଗ୍ରାମରେ ପାରିବାରିକ କଳହକୁ ନେଇ ଗୋଟିଏ ପରିବାର ଉପରେ ଆକ୍ରମଣ କରାଯାଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ବେଣୁଧର ସାହୁଙ୍କ ସହିତ ମୋହନ ସାହୁଙ୍କ ପରିବାର ମଧ୍ୟରେ ପୁର୍ବରୁ ବିବାଦ ଥିଲା । ଘରର ତାଜା ବଢ଼ିଯାଇଥିବା ନେଇ ପାଟିତୁଣ୍ଡ ହୋଇଥିବାବେଳେ ମୋହନ କିଛି ଯୁବକଙ୍କୁ ସାଙ୍ଗରେ ନେଇ ବେଣୁଧରଙ୍କୁ ପିଟାମରା କରିବା ସହିତ ତାଙ୍କ ସ୍ତ୍ରୀଙ୍କୁ ରାସ୍ତା ମଝିରେ ଟଣାଓଟରା କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଏହି ଆକ୍ରମଣରେ ବେଣୁଧରଙ୍କ ହାତ ମଧ୍ୟ ଭାଙ୍ଗି ଯାଇଛି । ଏନେଇ ବେଣୁଧର ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେବି ପୁଲିସ କୌଣସି ପଦକ୍ଷେପ ନେଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଥାନା ଏଏସଆଇ ସତ୍ୟ ନାରାୟଣ ପରିଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଉଭୟ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.