Home କେନ୍ଦ୍ରାପଡ଼ା ପାରାଦୀପ ଟ୍ରକ ମାଲିକ ସଂଘର ନିର୍ବାଚନୀ ବୈଠକ

ପାରାଦୀପ ଟ୍ରକ ମାଲିକ ସଂଘର ନିର୍ବାଚନୀ ବୈଠକ

48

କେନ୍ଦ୍ରାପଡ଼ା ୨୬ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପାରାଦୀପ ଟ୍ରକ ମାଲିକ ସଂଘର ଏକ ନିର୍ବାଚନୀ ବୈଠକ ସ୍ଥାନୀୟ ଗରାପୁର ମାରୁତି ଛକ ନିକଟସ୍ଥ ସୈାଭାଗ୍ୟ ମଣ୍ଡପ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଂଘର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ବର୍ତ୍ତମାନର ସଭାପତି ପ୍ରାର୍ଥୀ ବିରଞ୍ଚି ନାରାୟଣ ପରିଡା(ଆଲୋକ) ଚଳିତ ନିର୍ବାଚନ ପାଇଁ ସଂଘର ଉପସଭାପତି ପ୍ରାର୍ଥୀ ମହମ୍ମଦ ସଲିମ ଖାନ୍ ଓ ସଲିଳ କୁମାର ଦାସ, ସାଧାରଣ ସମ୍ପାଦକ ପ୍ରାର୍ଥୀ ସାରଦା ପ୍ରସନ୍ନ ରାଉତ, କୋଷାଧ୍ୟକ୍ଷ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ଅକ୍ଷୟ କୁମାର ସ୍ୱାଇଁ ଓ ବିପିନ ଲେଙ୍କା(ସିକୁ) ପ୍ରମୁଖ ଯୋଗଦେଇ ଆସନ୍ତା ୨୮ ତାରିଖରେ ହେଉଥିବା ସଂଘର ନିର୍ବାଚନରେ ସେମାନଙ୍କୁ ବିଜୟ କରିବା ପାଇଁ ବୈଠକରେ ଉପସ୍ଥିତ ସଂଘର ସଦସ୍ୟମାନଙ୍କୁ ନିବେଦନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ପାରାଦୀପ ଟ୍ରକ ମାଲିକ ସଂଘରେ କେନ୍ଦ୍ରାପଡା ଜିଲ୍ଲାର ୫ଶହ ଜଣ ଟ୍ରକ ମାଲିକ ସଦସ୍ୟ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ୭୫୦ଜଣ ଟ୍ରକ ମାଲିକ ସଦସ୍ୟ ଅଛନ୍ତି। ପାରାଦୀପ ଟ୍ରକ ମାଲିକ ସଂଘର ସାମୂହିକ ବିକାଶ ଏବଂ ସଦସ୍ୟମାନଙ୍କ ସାମଗ୍ରୀକ ଉନ୍ନତି, ସମ୍ମାନ, ସ୍ୱଭିମାନ ଓ ସମାନତା ପ୍ରତିଷ୍ଠା ପାଇଁ ଆଲୋକ ବାବୁଙ୍କ ନେତୃତ୍ୱରେ ଚଳିତ ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କୁ ବିଜୟୀ କରିବା ପାଇଁ ପ୍ରାର୍ଥୀମାନେ ନିବେଦନ କରିଥିଲେ। ଶେଷରେ ବରିଷ୍ଠ ସଭ୍ୟ ହିବଜୁର ରହମାନ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.