Home ଜିଲ୍ଲା ପରିକ୍ରମା ପାନ ଦୋକାନୀଙ୍କୁ ଆକ୍ରମଣ ଅଭିଯୋଗ, ଜଣେ ଗିରଫ

ପାନ ଦୋକାନୀଙ୍କୁ ଆକ୍ରମଣ ଅଭିଯୋଗ, ଜଣେ ଗିରଫ

29

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧିନ ପାଳିଆ ବଜାରରେ ଥିବା ପାନଦୋକାନୀ ଉତ୍ତମ କୁମାର ପାତ୍ର ଏବଂ ତାଙ୍କ ପୁଅ ଅମରେନ୍ଦ୍ର ପାତ୍ରଙ୍କୁ ଜିଝାରପୁର ଗ୍ରାମର ନିର୍ମଳ ମଳିକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଅପରପକ୍ଷରେ ନିର୍ମଳ ମଳିକଙ୍କୁ ପାନ ଦୋକାନୀ ବାପ-ପୁଅ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୁଲିସ ୧୭୯/୨୩ ଏବଂ ୧୮୦/୨୩ରେ ଦୁଇଟି ପୃଥକ ମାମଲା ରୁଜୁ କରି ପାଳିଆ ଗ୍ରାମର ଉତ୍ତମ କୁମାର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ପାନ ଦୋକାନୀ ଅମରେନ୍ଦ୍ର ପାତ୍ରଙ୍କ ଅଭିଯୋଗରୁ ପ୍ରକାଶ ଯେ, ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଅମରେନ୍ଦ୍ରଙ୍କ ପାନ ଦୋକାନକୁ ଜିଝାରପୁର ଗ୍ରାମର ନିର୍ମଳ ମଳିକ ଆସି ଥଣ୍ଡା ବାକିରେ ଦେବାକୁ ମାଗିଥିଲେ । ପାନ ଦୋକାନୀ ବାକି ଦେବନାହିଁ ବୋଲି ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ନିର୍ମଳ ଏକ ବୋତଲ ଭାଙ୍ଗି ମାରିବାକୁ ଉଦ୍ୟମ କରିଥିବା ବେଳେ ବୋତଲରେ ପାନଦୋକାନୀ ଅମରେନ୍ଦ୍ରର ହାତ ଓ ଆଙ୍ଗୁଳି କଟି ଯାଇଥିବା ଅଭିଯୋଗରେ ଦର୍ଶା ଯାଇଛି । ସେହିପରି ଜିଝାରପୁର ଗ୍ରାମର ଗଦାଧର ମଳିକଙ୍କ ଅଭିଯୋଗରୁ ଜଣାପଡ଼ିଛି ଯେ, ପାଳିଆ ବଜାରରେ ଥିବା ଅମରେନ୍ଦ୍ର ପାତ୍ରଙ୍କ ପାନ ଦୋକାନକୁ ପୁଅ ନିର୍ମଳ ଥଣ୍ଡା କିଣିବାକୁ ଯାଇଥିଲା । ସେଠାରେ କୌଣସି କାରଣରୁ ପାନ ଦୋକାନୀଙ୍କ ପୁଅ ନିର୍ମଳ ସହିତ ଗଣ୍ଡଗୋଳ ଉପୁଜିଥିଲା । ଏକ ଭଙ୍ଗା ବୋତଲ ନିର୍ମଳଙ୍କ ବେକରେ ଲାଗି କଟି ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ଘଟଣାରେ ପାନ ଦୋକାନୀ ଅମରେନ୍ଦ୍ର ଓ ଜିଝାରପୁର ଗ୍ରାମର ନିର୍ମଳ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.