Home ଓଡ଼ିଶା ଖତରା ହେଉଛି ଢୋଲ ଜୀବିକା ହରାଇଲେ ଢୋଲିଆ

ଖତରା ହେଉଛି ଢୋଲ ଜୀବିକା ହରାଇଲେ ଢୋଲିଆ

222

ନୟାଗଡ/୦୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶା ର ଧର୍ମୀୟ ସଂସ୍କୃତି ଅନୁଯାଇ ଢୋଲ ବାଦ୍ୟ ପ୍ରତି ଶୁଭ କାମ ରେ ନିହାତି ଆବଶ୍ୟକ ହୋଇଥାଏ । ମୈାଚ୍ଛବ, ମେଳା , ନିମନ୍ତ୍ରଣ , ବ୍ରତ , ବିବାହ ଆଦି ରେ ଶୁଭ ଅନୁକୁଳ ପାଇଁ ଢୋଲିଆ ଙ୍କୁ ଖୋଜା ପଡିଥାଏ । କିନ୍ତୁ ଚମଡା ର ଅଭାବ ଓ ଢୋଲ କାଠର ଅଭାବ ଯୋଗୁଁ ଢୋଲିଆ ଙ୍କ ଘରେ ଥିବା ଢୋଲ ବାଦ୍ୟ ଖତରା ହୋଇଗଲାଣି । କେହି କେହି ପୁରୁଣା ଢୋଲ କୁ ମରାମତି କରି ବଜାଉଥିବା ଦେଖିବାକୁ ମିଳୁଛି । ଢୋଲିଆ ମାନେ କୈାଳିକ ବୃତି ଢୋଲର ଅଭାବ ରୁ ଛାଡିଦେଇ ବାଉଁଶ ନିର୍ମିତ ବାଉଁଶିଆ , ବୋଝ ଆଦି ତିଆରି କରି ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି ।

ବନ ବିଭାଗର କଟକଣା ଯୋଗୁଁ ଜଙ୍ଗଲ ରୁ ଏବେ ବାଉଁଶ ଆଣିବା ବନ୍ଦ । ତେଣୁ ପରିବାର ପୋଷଣ ପାଇଁ ଅନେକ ଦୁଃଖ କଷ୍ଟ ଭୋଗ କରୁଛନ୍ତି । ସେଭଳି ଘଟଣା ଦେଖିବାକୁ ମିଳୁଛି ବ୍ରଜବଲ୍ଲଭପୁର ହରିଜନ ସାହି ରେ ନୟାଗଡ ଜିଲ୍ଲା ରଣପୁର ସାରା ଥିବା ଢୋଲିଆ ପରିବାର ଢୋଲ ବାଦ୍ୟ ବଜାଇବା ଛାଡି କିଏ ଖଜୁରୀ ଝାଡୁ ନିର୍ମାଣ କରୁଛି ତ ଆ ଉ କିଏ ବୋଝ ବାଉଁଶିଆ ବୁଣି ଦୁଃଖ କଷ୍ଟରେ ଚଳୁଛି । ବ୍ରଜବଲ୍ଲଭପୁର ଗଙ୍ଗାଧର ନାୟକ ଙ୍କ ଠାରୁ ଆରମ୍ଭ କରି ଅନ୍ୟ ଢୋଲିଆ ମାନେ କୁହନ୍ତି ସରକାରୀ ସହାୟତା ମିଳିବା ସହ ଢୋଲ କାଠ ଓ ଚମଡା ଯୋଗାଇବା ବନ୍ଦୋବସ୍ତ କରାଇଲେ ଏହି ପାରମ୍ପରିକ ଢୋଲବାଦ୍ୟ ବାଜିବା ସହ ଢୋଲିଆ ପରିବାର ମାନେ ଜୀବିକା ନିର୍ବାହ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.