Home କେନ୍ଦୁଝର ପାଟଣା ବ୍ଲକ ଅଧକ୍ଷ ପଦ ପାଇଁ ଉପନିର୍ବାଚନ ଆଜି – କିଏ ପିନ୍ଧିବ ବିଜୟର ମୁକୁଟ...

ପାଟଣା ବ୍ଲକ ଅଧକ୍ଷ ପଦ ପାଇଁ ଉପନିର୍ବାଚନ ଆଜି – କିଏ ପିନ୍ଧିବ ବିଜୟର ମୁକୁଟ – ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ପୁଣି ବିଜେଡି ହାତକୁ ଯିବ ଅଧକ୍ଷ ପଦ

177

ପାଟଣା ୧୭-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧକ୍ଷ ପଦ ପାଈଁ ଉପ ନିର୍ବାଚନ ବ୍ଲକ ସଭାଗୃହ ରେ ଆଜି ଅନୁଷ୍ଠିତ ହେବ । ୨୦ ପଞ୍ଚାୟତ କୁ ନେଇ ଗଠିତ ହୋଇଥିଲେ ହେଁ କଣ୍ଟିଆପଡା ସମିତିସଭ୍ୟ ତଥା ସେତେ ବେଳର ଚେୟାରମ୍ୟାନ ଜଗନ୍ନାଥ ନାଏକ ବିଧାୟକ ହେବାପରେ ବ୍ଲକ ଅଧକ୍ଷ ପଦରେ ଉପାଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା ରହିଥିଲେ ।ତେବେ ନିର୍ବାଚନ ଅଧିକାରୀ ନିର୍ବାଚନ ପାଈଁ ବିଜ୍ଞପ୍ତି ଜାରି କରିବା ଦିନଠାରୁ ବ୍ଲକ ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ତେବେ ଗତଥର ଭଳି ବିଜେଡି ଏହି ପଦବୀ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛି।ବିଜେଡି ର ଚିନାମାଳିପଶି ସମିତି ସଭ୍ୟ ବିଶ୍ୱନାଥ ନାଏକ ଏହି ପଦବୀ ପାଇଁ ପ୍ରଥମ ଦାବିଦାର ବୋଲି ଆଲୋଚନା ହେଉଛି।ସଂଖ୍ୟା ଗରିଷ୍ଠ ସମିତି ସଭ୍ୟ ଙ୍କ ର ତାଙ୍କୁ ସମର୍ଥ କରୁଥିବା ସୂଚନା ମିଳିଛି। ଯଦି ଏକାଧିକ ପାର୍ଥି ଅଧକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ତେବେ ମତଦାନ ଅନୁଷ୍ଠିତ ହେବବୋଲି ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ କହିଛନ୍ତି। ପାଟଣା ବ୍ଲକ ର ମୋଟ ୨୦ଟି ପଞ୍ଚାୟତ ହୋଇଥିବା ବେଳେ କଣ୍ଟିଆପଡା ପଞ୍ଚାୟତର ସମିତି ସଭ୍ୟ ପଦବୀ ଖାଲି ଥିବାରୁ ମୋଟ ୧୯ ଜଣ ସମିତି ସଭ୍ୟ ମତଦାନ ପକ୍ରିୟାରେ ଅଂଶ ଗ୍ରହଣ କରିବେ। ପାଟଣା ବ୍ଲକ ର ସମିତିସଭ୍ୟ ମାନେ ମୁଖ୍ୟତଃ ବିଜେଡି ଓ ସନାସେନା ର ହୋଇଥିବାରୁ ଆସନ ଟି ବିଜେଡି ସପକ୍ଷରେ ଯିବା ବୋଲି ସ୍ପଷ୍ଟ ସୂଚନା ମିଳୁଛି। ଶାନ୍ତି ଶୃଙ୍ଖଳାରକ୍ଷା ପାଇଁ ଘଟଗାଁ ଏସ ଡିପିଓ ରବୀନ୍ଦ୍ର ମଲିକକ , ପାଟଣା ଥାନା ଅଧିକାରିଣୀ ସଂଧ୍ୟାରାଣୀ ଜେନା ଓ ତୁରୁମୁଙ୍ଗା ପୋଲିସ ଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.