Home କେନ୍ଦୁଝର ପାଟଣା ବ୍ଲକର ତୃତୀୟ ଶ୍ରେଣୀ ମେଧାବୃତ୍ତି ଫଳ ପ୍ରକାଶିତ ସରକାରୀ ସ୍କୁଲକୁ ପଛରେ ପକାଇ ବାଜି...

ପାଟଣା ବ୍ଲକର ତୃତୀୟ ଶ୍ରେଣୀ ମେଧାବୃତ୍ତି ଫଳ ପ୍ରକାଶିତ ସରକାରୀ ସ୍କୁଲକୁ ପଛରେ ପକାଇ ବାଜି ମାରିଲେ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ

169

ପାଟଣା ୨୬-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ର ତୃତୀୟ ଶ୍ରେଣୀ ମେଧାବୃତ୍ତି ୨୦୧୯ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପରିକ୍ଷା ଫଳ ପ୍ରକାଶ ପାଇଛି। ମେଧାବୃତ୍ତି ପାଇ ଥିବା୭ ଜଣଙ୍କ ମଧ୍ୟରୁ ୬ ଜଣ ଛାତ୍ରଛାତ୍ରୀ ଘରୋଇ ସ୍କୁଲର। ଦଖଲ କରିଥିବା ବେଳେ ତୁରୁମୁଙ୍ଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଏଚ.ବି ଜ୍ୟୋତିଷ୍ମାନ ପାଲ ପ୍ରଥମ, ସରସ୍ଵତୀ ଶିଶୁ ମନ୍ଦିର ପାଟଣାର ଛାତ୍ରୀ ବିଦୁସ୍ମିତା ମହାନ୍ତ ଦିତୀୟ , କେତାଙ୍ଗ ସିଦ୍ଧ ବିନାୟକ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଜ୍ଞାନ ପ୍ରକାଶ ମହାନ୍ତ ତୃତୀୟ, ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଧୃଷ୍ଟିସୁନ୍ଦର ମହାନ୍ତ ଚତୁର୍ଥ ସ୍ଥାନରେ, କେତାଙ୍ଗ ସିଦ୍ଧ ବିନାୟକ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଗାର୍ଗୀରୂପା ମହାନ୍ତ ପଞ୍ଚମ ସ୍ଥାନରେ, ଖୁଣ୍ଟାପଡା ଓଡିଶା ବିଗ୍ରେଡ ସ୍କୁଲର ଛାତ୍ର ଦେବୋତୋଷ ନାଏକ ଷଷ୍ଠ ସ୍ଥାନ ଓ ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଏ. ଅର୍ପିତା ସପ୍ତମ ସ୍ଥାନ ଅଧିକାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.