Home ଓଡ଼ିଶା ଜମ୍ମୁକାଶ୍ମୀରର ନୂତନ ଉପ-ରାଜ୍ୟପାଳ ଭାବେ ଓଡିଆ ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ନିଯୁକ୍ତି ପ୍ରସଙ୍ଗରେ ମୋଦି...

ଜମ୍ମୁକାଶ୍ମୀରର ନୂତନ ଉପ-ରାଜ୍ୟପାଳ ଭାବେ ଓଡିଆ ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ନିଯୁକ୍ତି ପ୍ରସଙ୍ଗରେ ମୋଦି ଶାସନରେ ଓଡିଆ ସମ୍ମାନିତ : ବିଜେପି

571

– ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି

ଭୁବନେଶ୍ୱର, ତା.୨୫/୧୦ (ଓଡ଼ିଆ ପୁଅ) : ମୋଦି ଶାସନରେ ଓଡିଆ ସମ୍ମାନିତ। ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ତଥା ଗୁଜୁରାଟ କ୍ୟାଡର ଆଇ.ଏ.ଏସ୍ ଅଫିସର ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ଧାରା ୩୭୦ ଉଚ୍ଛେଦ ପରେ ନୂତନ ଭାବେ ଗଠିତ ଜାମ୍ମୁ କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାରୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ ଉଭୟେ ନବନିଯୁକ୍ତ ଉପ ରାଜ୍ୟପାଳ ଶ୍ରୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶାସନରେ ବର୍ତମାନ ସର୍ବଭାରତୀୟ ସ୍ତରରେ ଓଡିଶାରୁ ତିନି ଜଣ ରାଜ୍ୟପାଳ, ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ ଉଚ୍ଚ ପଦବୀରେ ବହୁ ଓଡିଆ ସ୍ଥାନ ପାଇଛନ୍ତି। ଏହା ନିଶ୍ଚିତ ଭାବେ ଓଡିଶାବାସୀଙ୍କ ପାଇଁ ଗର୍ବ ଓ ଗୈାରବର ବିଷୟ ବୋଲି ଉଭୟ ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.