Home ଓଡ଼ିଶା ଯୋଡା – କଫ୍ ସିରପ୍ ନା ରେ ନିଶା ଔଷଧ ବିକ୍ରି ଅଭିଯୋଗରେ ୩ ଗିରଫ

ଯୋଡା – କଫ୍ ସିରପ୍ ନା ରେ ନିଶା ଔଷଧ ବିକ୍ରି ଅଭିଯୋଗରେ ୩ ଗିରଫ

581

ଯୋଡା, ୨୭ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣି ଅଞ୍ଚଳରେ ନିଶା ଔଷଧ କାରବାର ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହି ନିଶା ଔଷଧ ଅକ୍ତିଆରରେ ଅନେକ ଯୁବ ପିଢି ବିପଦ ଗାମି ହେଉଥିବା ବେଳେ ଗତ ରବିବାର ଦିନ ବଡବିଲ ପୁଲିସକୁ ଏକ ବଡ ସଫଳତା ମିଳିପାରିଛି । ଭେଜାଲ ନିଶା ଔଷଧ ବିକ୍ରି କରୁଥିବା ଏକ ଗ୍ୟାଙ୍ଗର ୩ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଖବରୁ ପ୍ରକାଶ ଯେ, ବଡବିଲ ତାଲା ହାଟିଂର ହରପାଲ ସିଂ (୨୨) ଏବଂ ନିୟୁ ମାର୍କେଟ ର ଏମ୍‌.ଡି. ଗୁଲାମ (୩୨) ଏକ ସ୍କୁଟରରେ ଯୁବ ପିଢି ନିଶା ପାଇଁ ବ୍ୟବହାର କରୁଥିବା କଫ୍ ସିରପ୍ ଏବଂ ଏଥିରେ ଅଧିକା ନିଶା ହେବା ପାଇଁ ଆଲଫ୍ରାଜୋଲାମ ଟାବଲେଟ ମିଶ୍ରଣ କରି ବଡବିଲ ସହରରେ ବୁଲି ବିକ୍ରି କରୁଥିବା ସମୟରେ ପୁଲିସ ତାଙ୍କୁ ସନ୍ଦେହରେ ଧରି ତାଙ୍କ ଗାଡି ଭିତରୁ ବିପୁଳ ପରିମାଣରେ କଫ୍ ସିରପ୍ ଏବଂ ଉକ୍ତ ବଟିକା ପାଇଥିଲା । ଏହାପରେ ପଚରା ଉଚରା କରିବାରୁ ଜଣାପଡିଥିଲେ ସେମାନେ ଏହି ଔଷଧ ଝାରଖଣ୍ଡ ରାଜ୍ୟସ୍ଥିତ ବଡଜାମଦାର ବିଶ୍ୱାସ ମେଡିସିନ ଷ୍ଟୋରରୁ ଆଣିଥିବା ସୁଚନା ଦେଇଥିଲେ । ପରେ ପୁଲିସ ଯୋଜନା ମୁତାବକ ଉକ୍ତ ୨ଜଣ ବ୍ୟକ୍ତିଙ୍କୁ ସମ୍ପୃକ୍ତ ଦୋକାନକୁ ନିଶା କିଣିବାକୁ ପଠାଇ ଘଟଣାସ୍ଥଳରୁ ସମ୍ପୃକ୍ତ ଔଷଧ ଦୋକାନୀ ପରିତୋଷ ବିଶ୍ୱାସ (୪୫)କୁ ଗିରଫ କରିଥିଲା ।

ଏଠାରେ ସୂଚନା ଯୋଗ୍ୟ ଖଣି ଅଞ୍ଚଳରେ ଏହି ନିଶା ଔଷଧ କାରବାର ବେଧଡକ ଚାଲୁରହିଥିବା ବେଳେ ଏହି ଲକ୍ ଡାଉନ ସମୟରେ ବିଦେଶୀ ମଦ ମିଳୁନଥିବାରୁ ଏହାର ଚାହିଦା ବହୁ ଗୁଣରେ ବଢିଯାଇଥିବା ପରିଲକ୍ଷିତ କରାଯାଇଛି । ଯୋଡା, ବଡବିଲ, ବାଲଣି, ଚମ୍ପୁଆ ପ୍ରଭୁତି ଅଞ୍ଚଳରେ ଏହି ନିଶା ଔଷଧ ଅବାଧରେ ମିଳିପାରୁଥିବା ବେଳେ ଔଷଧ ଦୋକାନ ଗୁଡିକ ଉପରେ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢାଉ କରାଗଲେ ଅନେକ ନିଶା ଔଷଧ ଜବତ ହୋଇପାରନ୍ତା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.