Home ଓଡ଼ିଶା ଅସୁସ୍ଥ ହାତୀ  ଏବେବି ଅସୁସ୍ଥ : ହୋଇପାରିନି ଚିକିତ୍ସା

ଅସୁସ୍ଥ ହାତୀ  ଏବେବି ଅସୁସ୍ଥ : ହୋଇପାରିନି ଚିକିତ୍ସା

56

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୧୧- ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ନୟାଗଡ ଜିଲ୍ଲା ରଣପୁର ବନାଂଚଳ ର ଗୋପାଳପୁର ବନପାଳ ଅଂଚଳ ର ମୟୁରଝାଲିଆ ନିକଟ ବୋରବରଝର ଗୋଜିବନ୍ଧ ରେ ଗତ ୩ ଦିନ ତଳେ ଗୋଟିଏ ହାତୀ ବାରହା ଫାସ ରେ ପଡି ଅସୁସ୍ଥ ହୋଇପଡିଥିବା ଲୋକମାନେ ଦେଖିବାକୁ ପାଇଥିଲେ । ହାତୀ ଟି ର ଗୋଟିଏ ଗୋଡ ଫୁଲିବା ଯୋଗୁଁ ହାତୀ ଟି ଛୋଟେଇ ଛୋଟେଇ ଚାଲୁଥିଲା । ଏ ସର୍ମ୍ପକେ ବନ ବିଭାଗ ଖବର ପାଇ ଦେଖିଲା ବେଳ କୁ ହାତୀ ଟି ନିକଟ ଜଙ୍ଗଲ ଭିତର କୁ ଚାଲି ଯାଇଥିଲା । ଉକ୍ତ ଜାଗା ଟି ରଣପୁର ବନାଂଚଳ ଓ ଟାଙ୍ଗି ବନାଂଚଳ ର ମଧ୍ୟସ୍ଥଳ ଅଟେ । ତେଣୁ ଟାଙ୍ଗି ବନ କର୍ମଚାରୀ ଓ ରଣପୁର ବନ କର୍ମଚାରୀ ଉଭୟ ଜଗିରହିଥିଲେ ମଧ୍ୟ ଏ ଯାଏଁ ଅସୁସ୍ଥ ହାତୀ ଟିର ଚିକିତ୍ସା ହୋଇନଥିବା ଜଣାପଡିଛି ।

ଏ ସର୍ମ୍ପକେ ରଣପୁର ରେଞ୍ଜର ଶାନ୍ତନୁ କୁମାର ଦଳେଇ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ହାତୀ ଟି ଟାଙ୍ଗି ବନାଂଚଳ କୁ ଯାଇଅଛି । ପୁର୍ବରୁ ଟାଙ୍ଗି ବନପାଳ ଙ୍କ ଅଂଚଳ ରେ ଉକ୍ତ ହାତୀ ଟି କୁ ୩ ମାସ ତଳେ ନିଶ୍ଚେତକ ଦିଆଯାଇ ଚିକିତ୍ସା କରାଯାଇଥିଲା । ଏବେ ହାତୀ ଟି କେତେବେଳେ ରଣପୁର ବନାଂଚଳ ରେ ତ ଆଉ କେତେବେଳେ ଟାଙ୍ଗି ବନାଂଚଳ ରେ । ଟାଙ୍ଗି ବନାଂଚଳ ଅଧିକାରୀ ରବିନ୍ଦ୍ର ପଣ୍ଡା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଉକ୍ତ ହାତୀ ଟି ୩ ମାସ ତଳେ ଚିକିତ୍ସିତ ହୋଇଥିଲେ ମଧ୍ୟ ସେ ଏବେସୁଦ୍ଧା ଛୋଟେଇ ଛୋଟେଇ ଅସୁସ୍ଥ ଥିବା ଖବର ମିଳିଛି । ବନ କର୍ମଚାରୀ ମାନେ ଦୁରରେ ଜଗି ରହିଛନ୍ତି । ଖୋର୍ଦ୍ଧା ବନଖଣ୍ଡ ଅଧିକାରିଣୀ ଏ ବିଷୟରେ ଅବଗତ ଅଛନ୍ତି । ହେଲେ ସାଧାରଣ ବନ୍ୟଯନ୍ତୁ ପ୍ରେମୀମାନେ ହାତି ଟିର ଚିକିତ୍ସା ନହେବାରୁ ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.