Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ମନ୍ଦିରରେ ଜଳଛାୟା ନୀତି ଅନୁଷ୍ଠିତ

ଆଖଣ୍ଡଳମଣି ମନ୍ଦିରରେ ଜଳଛାୟା ନୀତି ଅନୁଷ୍ଠିତ

24

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାର ଭୟାବହତାକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ମଠ ମନ୍ଦିର ବନ୍ଦ ରଖାଯାଇଥିବାବେଳେ ଆଜି ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସୀମିତ ସେବାୟତଙ୍କୁ ନେଇ ଗ୍ରୀଷ୍ମ ଅବକାଶ ଜନିତ ଜଳଛାୟା ନୀତି ଅନୁଷ୍ଠିତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଆଜିର ଏହି ଦିନରେ ବାବାଙ୍କ ଜଳଛାୟା ନୀତି ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ କରୋନା ପାଇଁ ଭକ୍ତଙ୍କ ପ୍ରବେଶ ଉପରେ ରୋକ୍ ଲାଗିଥିବାରୁ ଏଭଳି ଦୁର୍ଲ୍ଲଭ ଦର୍ଶନରୁ ସମସ୍ତେ ବଂଚିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.