Home କୋରାପୁଟ ପାଇକଫୁଲବେଡା ପଂଚାୟତର ଓାର୍ଡ ସଭ୍ୟ/ସଭ୍ୟାମାନଙ୍କୁ ଅଣଦେଖା ଅଭିଯୋଗ

ପାଇକଫୁଲବେଡା ପଂଚାୟତର ଓାର୍ଡ ସଭ୍ୟ/ସଭ୍ୟାମାନଙ୍କୁ ଅଣଦେଖା ଅଭିଯୋଗ

91

କୋରାପୁଟ ୨୭-୦୬-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ)ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଡା ପଂଚାୟତର ଓାର୍ଡ ସଭ୍ୟ /ସଭ୍ୟାମାନଙ୍କୁ ସରକାରୀ କାର୍ଯ୍ୟରେ ଅଣଦେଖା କରାଯାଉଥିବା ଓାର୍ଡ ସଭ୍ୟା ପାର୍ବତୀ ମାଳି,  ଦହନା କମାର, ପାନବତୀ ବାଘ,  ଜସନା ଗାଦବା,  ଗୁରୁ ସାନ୍ତା ପ୍ରମୁଖ ଅଭିଯୋଗ କରିଛନ୍ତି।ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀଙ୍କ ବିନା ଅବଗତିରେ ୨୦୧୮/୧୯ ଆର୍ଥିକ ବର୍ଷର ଉନ୍ନୟନମୂଳକ ପାଣ୍ଠିର କାର୍ଯ୍ୟାଦେଶକୁ ସରପଂଚଙ୍କ ସ୍ୱାମୀ ମନମୁଖୀ କରୁଥିବା ଅଭିଯୋଗ କରିଛନ୍ତି।୬ ମାସ ହେଲା ମାସିକ ବୈଠକ ହୋଇ ନ ଥିବା ବେଳେ ଚାଲୁଥିବା କାର୍ଯ୍ୟକୁ ବନ୍ଦ କରିବାକୁ ଦାବି କରିଛନ୍ତି।ପଲ୍ଲିସଭା /ଗ୍ରାମସଭା ମାଧ୍ୟମରେ କାର୍ଯ୍ୟାଦେଶ ଦେବାକୁ ଦାବି କରିଛନ୍ତି।ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.