Home ଜିଲ୍ଲା ପରିକ୍ରମା ଗାନ୍ଧି ଓଡ଼ିଶା ବାଳାଶ୍ରମର ପ୍ରାକ୍ତନ ସଦସ୍ୟ ଚକ୍ରଧର ଦାସଙ୍କ ବିୟୋଗ

ଗାନ୍ଧି ଓଡ଼ିଶା ବାଳାଶ୍ରମର ପ୍ରାକ୍ତନ ସଦସ୍ୟ ଚକ୍ରଧର ଦାସଙ୍କ ବିୟୋଗ

37

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ବିଶିଷ୍ଟ ସମାଜସେବୀ ଗାନ୍ଧି ଓଡ଼ିଶା ବାଳାଶ୍ରମ ପରିଚାଳନା କମିଟିର ପ୍ରାକ୍ତନ ସଦସ୍ୟ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚକ୍ରଧର ଦାସଙ୍କ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଭଦ୍ରକ ବାଇପାସ୍ ଦୁର୍ଗାପୂଜା କମିଟିର ପ୍ରତିଷ୍ଠାତା ସଭାପତି ତଥା ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ପିତା ଅଟନ୍ତି । ସେ ତାଙ୍କ ଜୀବଦ୍ଦଶା କାଳରେ ବହୁ ସାମାଜିକ ଅନୁଷ୍ଠାନ ସହ ଜଡିତ ଥାଇ ଜନସେବାରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବ୍ରତୀ ଥିଲେ । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ମଣିଷ ଭାବେ ଭଦ୍ରକ ଜିଲାରେ ପରିଚିତ ଥିଲେ । ତାଙ୍କର ଆବର୍ତ୍ତମାନରେ ଭଦ୍ରକ ଜଣେ ସମାଜ ସଂସ୍କାରକଙ୍କୁ ହରାଇଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତାଙ୍କ ବିୟୋଗ ଖବର ପାଇ ଆଜି ଭଦ୍ରକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନୈତିକ ବ୍ୟକ୍ତିବିଶେଷ ଚାନ୍ଦବାଲି ବାଇପାସ୍‌ସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.