Home କଳାହାଣ୍ଡି ପର୍ଶୁରାମ ସେନା, ପ୍ରଜ୍ଞା ବାହିନୀ ଏବଂ ଭବାନୀପାଟଣା ବ୍ରାହ୍ମଣ ସମାଜ ସହଯୋଗରେ ଧର୍ମଗଡ ଠାରେ ବ୍ରାହ୍ମଣ...

ପର୍ଶୁରାମ ସେନା, ପ୍ରଜ୍ଞା ବାହିନୀ ଏବଂ ଭବାନୀପାଟଣା ବ୍ରାହ୍ମଣ ସମାଜ ସହଯୋଗରେ ଧର୍ମଗଡ ଠାରେ ବ୍ରାହ୍ମଣ ସମାବେଶ ଅନୁଷ୍ଠିତ

229

କଳାହାଣ୍ଡି ତା.୦୯.୦୨.୨୦୨୦ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ କଳାହାଣ୍ଡି ବ୍ରାହ୍ମଣ ସମାଜର ଏକ ବୈଠକ ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ରବିବାର ଦିନ ସମଗ୍ର କଳାହାଣ୍ଡି ଜିଲ୍ଲାର ବ୍ରାହ୍ମଣ ସମାଜର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ଅଂଚଳ ବ୍ରାହ୍ମଣ ସମାଜ ଠାରୁ ପ୍ରୋତ୍ସାହନ ପାଇବା ପରେ ସମାଜର ସାଂଗଠନିକ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବିଷୟ ଆୟୋଜକ ସୁରେଶ ମୁଣ୍ଡ ପୂର୍ବରୁ ପ୍ରକାଶ କରିଥିଲେ । ଏହି ସମାବେଶରେ ଭବାନୀପାଟଣା ତଥା ଧର୍ମଗଡ ଅଂଚଳର ପର୍ଶୁରାମ ସେନା ଦ୍ୱାରା ମଟରସାଇକେଲ ର୍ୟାଲି ଏବଂ ଧର୍ମଗଡ ଅଂଚଳର ମହିଳା ମାନଙ୍କ ଦ୍ୱାରା ଗଠିତ ପ୍ରଜ୍ଞା ବାହିନୀ ର ଏକ ବିଶାଳ ଶୋଭାଯାତ୍ରା ଭଗବାନ ଶ୍ରୀ ପର୍ଶୁରାମଙ୍କ ପ୍ରତିରୂପ ସହିତ ସହର ପରିକ୍ରମା କରାଯାଇ ବିଜୁ କଲ୍ୟାଣ ମଣ୍ଡପ ସଭା ସ୍ଥଳକୁ ଆସିଥିଲା । ଗାୟତ୍ରୀ ପରିବାରର ସୁରେଶ ମୁଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପୁରୀରୁ ଆସିଥିବା ବେଦଜ୍ଞ ବ୍ରାହ୍ମଣ ମାନଙ୍କ ଉପସ୍ଥିତିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଖରିଆର ବିଧାୟକ ଅଧିରଂଜନ ପାଣିଗ୍ରାହୀ ନୂତନ ଭାବେ ମନୋନୀତ ସଭାପତି ଜନାର୍ଦ୍ଦନ ପଣ୍ଡା,ଧର୍ମଗଡର ବିଶିଷ୍ଟ ଓକିଲ ତୁଷାରକାନ୍ତ ପଟ୍ଟଯୋଷୀ, ଓକିଲ ତଥା ସାଂସଦ ପ୍ରତିନିଧି ସୁଧିର ରଂଜନ ପଟ୍ଟଯୋଷୀ, ବରିଷ୍ଠ ଓକିଲ ଧନଂଜୟ ପାତ୍ର, ବରିଷ୍ଠ ଓକିଲ ଚିନ୍ତାମଣି ପାତ୍ର, ବରିଷ୍ଠ ସମାଜସେବୀ ଗୌରଚନ୍ଦ୍ର ପଣ୍ଡା, ଆୟୋଜକ କମିଟୀର କାର୍ଯ୍ୟକର୍ତା ତଥା ଭବାନୀପାଟଣାରୁ ବରିଷ୍ଠ ଓକିଲ ଭବେନ୍ଦ୍ର ପଣ୍ଡା, ପ୍ରମୋଦ ଖମାରୀ, ପ୍ରଦିପ ମୁଣ୍ଡ, କ୍ଷୀରୋଦ ନେଗୀ ପ୍ରମୂଖ ମଂଚାସୀନ ଥିଲେ । ଦୀର୍ଘ ଦିନ ପରେ ଅନୁଷ୍ଠିତ ହେଉଥିବା ଏହି ସମାବେଶରେ ସମଗ୍ର ବ୍ରାହ୍ମଣ ସମାଜ ସ୍ୱତଃ ପ୍ରବୃତ ଭାବେ ଯେ କୌଣସି ପ୍ରକାରେ ହେଉନା କାହିଁକି ଯୋଗ ଦେବା ପାଇଁ ଆନ୍ତରିକତାର ସହିତ ଆସିଥିବା ଦେଖାଯାଇଥିଲା । ପୂର୍ବରୁ ପ୍ରାୟ ଦଶ ହଜାର ବ୍ରାହ୍ମଣ ଯୋଗ ଦେଉଥିବାର ଆୟୋଜକ ମାନେ ସାମ୍ବାଦିକ ସମ୍ମିଳନିରେ ପ୍ରକାଶ କରିଥିବା ବେଳେ ଜଣେ ଦୁଇଜଣ ପଦବୀ ଲାଲାୟୀତ ବ୍ୟକ୍ତିମାନଙ୍କ ପଦବୀ ହାସଲ ଉଦେ୍ଦଶ୍ୟରେ ତୃଟିପୂର୍ଣ୍ଣ ସାଂଗଠନିକ ବ୍ୟବସ୍ଥା ଯୋଗୁଁ ଉପସ୍ଥାନ ସଂଖ୍ୟା ପନ୍ଦର ଶହରୁ ଅଧିକ ହୋଇପାରିନଥିବାର ଦେଖାଯାଇଥିଲା । ପ୍ରାୟ ନଅ ଶହ ବ୍ରାହ୍ମଣ ରେଜିଷ୍ଟ୍ରେସନ କରିଥିବା ବେଳେ ପର୍ଶୁରାମ ବାହିନୀ ଓ ପ୍ରଜ୍ଞା ବାହିନୀ ଏବଂ ଭବାନୀପାଟଣାରୁ ଆସିଥିବା ବ୍ରାହ୍ମଣ ମାନଙ୍କୁ ମିଶାଇ ପ୍ରାୟ ପନ୍ଦର ଶହ ବ୍ୟକ୍ତିଙ୍କ ସମାବେଶ ହୋଇଥିବା ଏକ ଆକଳନରୁ ପ୍ରକାଶ । ମଂଚ ସାମନାରେ ପଛ ପଟକୁ ଥିବା ଖାଲି ଚୌକିହିଁ ଏହାର ସତ୍ୟତା ପ୍ରତିପାଦନ କରୁଥିବା ପ୍ରକାଶ । ଅନ୍ୟ ପକ୍ଷରେ ଦୀର୍ଘ ଦିନ ପରେ ବ୍ରାହ୍ମଣ ସମାଜର ଏକ ବୈଠକ ହେଉଥିବା ଦୃଷ୍ଟିରୁ ପ୍ରାୟ ସମସ୍ତ ବ୍ରାହ୍ମଣ ମାନେ ଏକତ୍ରୀତ ହେଉଥିବା ବେଳେ ଧର୍ମଗଡ ଉପଖଣ୍ଡର ଆଠ ଗୋଟୀ ବ୍ରାହ୍ମଣ ବ୍ଲକ ରେ ଏହି ସଭା ଆୟୋଜକ ମାନଙ୍କ ଦ୍ୱାରା ନିଯୁକ୍ତ ପ୍ରତିନିଧି ମାନଙ୍କ ଦ୍ୱାରା ପ୍ରତି ବ୍ଲକରୁ ଦୁଇଜଣ କାର୍ଯ୍ୟକର୍ତା ପ୍ରତିନିଧି ଏବଂ ତିନି ଜଣ ଉପଦେଷ୍ଠାଙ୍କ ନାମ ସୁପାରିଶ କରିବାକୁ କୁହଯାଇ ତଦନୁସାରେ ପ୍ରତିନିଧି ଅଣାଯାଇ କେନ୍ଦ୍ରୀୟ କମିଟୀ ଗଠନ କରାଯିବା ପରେ ସଂପୃକ୍ତ ପଦବୀ ଲାଲାୟୀତ ମାନଙ୍କ ଅସଲ ଉଦେ୍ଦଶ୍ୟ ଜଣା ପଡିଥିବା ବିଷୟ ବ୍ରାହ୍ମଣ ମାନଙ୍କ ମଧୟରେ ଆଲୋଚନା ହେଉଥରଲା । କେବଳ କୋକସରା ବ୍ଲକ ଅଂଚଳରେ ସମସ୍ତ ଗ୍ରାମରୁ ଗ୍ରାମ୍ୟ କମିଟୀ, ଅଂଚଳ କମିଟୀ ଓ ବ୍ଲକ କମିଟୀ ଗଠନ କରାଯାଇ ସେସବୁରେ ସମସ୍ତଙ୍କ ମତାମତ ନେଇ ପ୍ରତିନିଧି ଚୟନ କରାଯାଇଥିବା ବେଳେ ଅନ୍ୟ ସବୁଯାକ ବ୍ଲକରେ କେବଳ ଆୟୋଜକ ମାନଙ୍କ ପ୍ରାୟୋଜିତ ବ୍ୟକ୍ତି ମାନେ ହିଁ ବିଭିନ୍ନ ନାମ ସୁପାରିଶ କରିଥିବା ନେଇ ଉପସ୍ଥିତ ବ୍ରାହ୍ମଣ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ବୋଧହୁଏ ସେଥିପାଇଁ ପ୍ରତ୍ୟେକ ବ୍ରାହ୍ମଣ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିନଥିବା ବିଶେଷଜ୍ଞ ମାନଙ୍କ ସୂତ୍ରରୁ ପ୍ରକାଶ । ଯେଉଁ ବ୍ରାହ୍ମଣ ସଂଗଠକ ମାନେ ସମସ୍ତ ବ୍ରାହ୍ମଣ ପରିବାରକୁ ସାମିଲ କରିବା ପାଇଁ ପ୍ରତ୍ୟେକ ଗ୍ରାମରୁ କମିଟୀ ଗଠନ କରାଯାଇ ଆଂଚଳିକ କମିଟୀ ଓ ବ୍ଲକ କମିଟୀ ଗଠନ ପୂର୍ବକ କେନ୍ଦ୍ରୀୟ କମିଟୀ ଗଠନ ପ୍ରକ୍ରୀୟା କରାଯାଇ ସାମୁହିକ ଭାବେ ବ୍ରାହ୍ମଣ ସମାଜର ସଂଗଠନ କରିବାକୁ ବାରମ୍ବାର ପ୍ରସ୍ତାବ ଦେଉଥିଲେ ସେମାନଙ୍କୁ ଚକ୍ରାନ୍ତ କରି କମିଟୀରେ ସାମିଲ କରାନଯାଇ କେବଳ ଭବାନୀପାଟଣା ବ୍ରାହ୍ମଣ ସମାଜରେ ଏବଂ ବିଭିନ୍ନ ନେତା ମାନଙ୍କ ପାଖରେ ନିଜକୁ ସଂଗଠକ ଭାବେ ପରିଚିତ କରିବା ପାଇଂ ଏଭଲି ସଂକିର୍ଣ୍ଣତାର ସହିତ ଏହି ସମାବେଶ ଆୟୋଜନ କରାଯାଇଥିବା ହେତୁ ଉପସ୍ଥିତ ବ୍ରାହ୍ମଣ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିସହିତ ବିଭିନ୍ନ ସଂସ୍କାର ମୂଲକ ଆଲୋଚନା ହେବାର ନିମନ୍ତ୍ରଣରେ ଉଲ୍ଲେଖ ଥିବା ବେଳେ କେବଳ ସାଂସଦ ଏବଂ ବିଧାୟକ ତଥା ପୂରିରୁ ଆସିଥିବା ସନ୍ଥ ଏବଂ ଅନ୍ୟାନ୍ୟ ବ୍ରାହ୍ମଣ ନେତୃତ୍ୱ ମାନଙ୍କର ଭାଷଣରେ ହିଁ ସଭା ସାରିଦେଇଥିବା ହେତୁ ଆୟୋଜକ ମାନେ ସରଳ ବ୍ରାହ୍ମଣ ମାନଙ୍କ ଭାବାବେଗ ସହିତ ଖେଳୁଥିବା ବିଷୟ ବୁଦ୍ଧିଜୀବିମାନଙ୍କ ମହଲରେ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ସଂପୃକ୍ତ ସଂର୍କୀଣ୍ଣମନା ଆୟୋଜକ ମାନେ ନେତା ମାନଙ୍କ ପାଖରେ ବ୍ରାହ୍ମଣ ସମାବେଶ ସଂଗଠିତ କରିଥିବା ବାହାବା ନେବାକୁ ଯେଉଁ ଯୋଜନା କରିଥିଲେ ତାହା ପ୍ରାୟ ବ୍ରାହ୍ମଣ ମାନଙ୍କ ମଧ୍ୟରେ ଆଲୋଚନା ହେଉଥିଲା । ବାସ୍ତବ କ୍ଷେତ୍ରରେ ବ୍ରାହ୍ମଣ ମାନେ ସ୍ୱତଃ ପ୍ରବୃତ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଅଧିକାଂଶ ପରିବାର ପିଛା ତିନି ଶହ ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଦେଓଭୋଗ ଅଂଚଲ ତଥା ଧର୍ମଗଡ ଉପଖଣ୍ଡ ଅଂଚଳର ବହୁ ବଦାନ୍ୟ ବ୍ୟକ୍ତି ମାନଙ୍କ ଠାରୁ ଏବଂ ଭବାନୀପାଟଣା ବ୍ରାହ୍ମଣ ସମାଜ ରୁ ତଥା ବଦାନ୍ୟ ବ୍ୟକ୍ତି ମାନଙ୍କ ଠାରୁ ମୋଟା ଅଙ୍କର ସହେଯାଗ ରାଶି ସଂଗ୍ରହ କରାଯାଇଥିବା କୁହାଯାଉଛି । ଯେଉଁ ଉତ୍ସାହ ଉଦ୍ଦୀପନାର ସହିତ ବିଭିନ୍ନ ଅଂଚଳରୁ ଅନେକ ବ୍ରାହ୍ମଣ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ଏବଂ ଦୁର୍ବଳ ସାଂଗଠନିକ ବ୍ୟବସ୍ଥା ଯୋଗୁଁ ବ୍ରାହ୍ମଣ ସଂଗଠନ କେବଳ କମିଟୀରେ ହିଁ ରହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ଅନ୍ୟ ପକ୍ଷରେ ସତ୍ୟ ହିଁ ଅପ୍ରୀୟ ହୋଇଥିବା ବେଳେ ଅନେକ ବ୍ରାହ୍ମଣ ଯାହା ହେଉଛି ହୋଇଯାଉ ବୋଲି କେବଳ ନୀରବ ଦ୍ରଷ୍ଟା ସାଜିଥିବା ଏବଂ ତ୍ରୁଟିକୁ ନେଇ ପ୍ରତିବାଦ କରି ଆୟୋଜକ ମାନଙ୍କ ରୋଷର ଶିକାର କାହିଁକି ହେବୁ ବୋଲି ବାଧ୍ୟ ହୋଇ ଚୁପ ରହୁଥିବା ବ୍ରାହ୍ମଣ ମାନଙ୍କ ସୂତ୍ରରୁ ପ୍ରକାଶ । କେବଳ ସମାବେଶ କରିଥିବାର ନାମ ନେବାକୁ ଏହି ସମାବେଶ କରିଥିବା ବିଷୟ ଯଦିଓ ସତ୍ୟ ହୋଇଥାଏ ତେବେ ବ୍ରାହ୍ମଣ ସମାଜ ପାଇଁ ଆଗାମୀ ଦିନ ପାଇଁ ଏହା ଶୁଭଙ୍କର ହୋଇନପାରେ ବୋଲି ବଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ନିଜକୁ ଚାଣକ୍ୟ ବୋଲି ପରିଚୟ ଦେଉଥିବା ଏହି ସଂକୀର୍ଣ୍ଣ ମନୋଭାବ ଥିବା ବ୍ୟକ୍ତି ମାନେ ନିଜେ ନିଜେ ହିଁ ପଦବୀ ହାସଲ କରିନେଉଥିବା ହେତୁ ସେମାନଙ୍କ ଅସଲ ଉଦେ୍ଦଶ୍ୟ ଜଣାପଡିଯାଇଥିବା ଆଲୋଚନା ହେଉଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.