Home କେନ୍ଦୁଝର ପର୍ଶୁରାମଙ୍କୁ ସହାୟତା ପ୍ରଦାନ

ପର୍ଶୁରାମଙ୍କୁ ସହାୟତା ପ୍ରଦାନ

128

ହାଟଡିହି ୩୧ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଆମ୍ବଗଡିଆ ଗ୍ରାମର ବାସହରା ପର୍ଶୁରାମ ଯେନାଙ୍କୁ ସହାୟତା ପ୍ରଦାନ କରାଯାଇଛି । ଘରଦ୍ୱାର ଭାଙ୍ଗି ଯାଇଥିବାରୁ ଖୋଲା ଆକାଶ ତଳେ ୪ପରିବାର ବାସ କରୁଥିବା ଖବର ପାଇ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନାଙ୍କ ନେତୃତ୍ୱରେ ଟ୍ରଷ୍ଟି ଉମାକାନ୍ତ ରାଉତ, ସଦସ୍ୟ ଅର୍ଜୁନ ଖଣ୍ଡା, ମାନସ ସାମଲ, ଗଗନ ବିହାରୀ ଦାସ ପ୍ରମୁଖ ପର୍ଶୁରାମଙ୍କ ପାଖରେ ପହଞ୍ଚି ଘର ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା କରିବା ସହିତ ପଲିଥିନି, ସେମାନଙ୍କ ପାଇଁ ଲୁଗାପଟା ଓ ୨ମାସ ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ତାଙ୍କ ପାଇଁ ଏକ ଚାଳଘର ନିର୍ମାଣ କରିବାକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ତାଙ୍କୁ ପ୍ରତିଶୃତି ଦେଇଛନ୍ତି । ତୁରନ୍ତ କିପରି ସେ ଘର ପାଇବେ ସେନେଇ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ରାଜ୍ୟ ସରକାର ଗରିବ ଲୋକମାନଙ୍କୁ ବିଭିନ୍ନ ଯୋଜନାରେ ବାସଗୃହ ଯୋଗାଇ ଦେଉଥିବାବେଳେ ବିଚରା ପର୍ଶୁରାମ ସରକାରଙ୍କ ଏହିସବୁ ଯୋଜନାରୁ ବାଦପଡି ତିନିଛୁଆଙ୍କ ସହ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହି ଗରିବ ବାସହରା ପରିବାରକୁ ତୁରନ୍ତ ବାସଗୃହ ଯୋଗାଇ ଦେବାକୁ ଜୟଦୁର୍ଗା ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା ଓ ଟ୍ରଷ୍ଟି ଉମାକାନ୍ତ ରାଉତ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.