Home କେନ୍ଦୁଝର ହାଟଡିହି ବ୍ଲକରୁ ପୁଣି ୫ପଜେଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି

ହାଟଡିହି ବ୍ଲକରୁ ପୁଣି ୫ପଜେଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି

98

ହାଟଡିହି ୩୧ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଶାଳଣିଆଁ ପଞ୍ଚାୟତର ସୋଲପଟା ଗ୍ରାମର ୪ଜଣ ହୋଇଥିବାବେଳେ ସୁଲଣ ଗ୍ରାମରୁ ଜଣେ ବୋଲି ଜଣାପଡିଛି । ଗତ କିଛିଦିନ ଧରି ସୋଲପଟା ଗ୍ରାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏମାନେ ସମସ୍ତେ ଡଅଁର ଗ୍ରାମର ଜଣେ କରୋନା ଆକ୍ରାନ୍ତ ଯୁବତୀଙ୍କ ସଂଷ୍ପର୍ଶରେ ଆସିଥିଲେ । ଆଜି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଜଣେ ଯୁବତୀ ଥିବାବେଳେ ଅନ୍ୟ ତିନିଜଣ ପୁରୁଷ ବୋଲି ଜଣାଯାଇଛି । ଏମାନଙ୍କ ବୟସ ୩୮ରୁ ୫୮ମଧ୍ୟରେ । ଆଜି ଏହି ୪ଜଣ ପଜେଟିଭି ଚିହ୍ନଟ ହେବାପରେ ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ସୋଲପଟାରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପ୍ରଶାସନ ପକ୍ଷରୁ ଏଠାରେ ସର୍ଟଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଲୋକମାନେ ଏହାକୁ ଠିକ ଭାବେ ମାନୁ ନଥିବା ଦେଖିବାକୁ ମିଳିଛି । ସେହିପରି ସୁଲଣ ଗ୍ରାମରୁ ଜଣେ ପଜେଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ରାଜ୍ୟ ବାହାରେ ଚାକିରୀ କରିôତବାବେଳେ ସେ ଗତ କିଛି ମାସ ହେବ ଘରକୁ ଆସିଥିଲେ । ସେ ଆସନ୍ତା ତିନିଦିନ ଭିତରେ କାର୍ଯ୍ୟରେ ଯୋଗଦେବାର ଥିଲା । କିନ୍ତୁ ସେ ଦୁଇଦିନ ତଳେ ଭୁବନେଶ୍ୱରର ଏକ ହସପିଟାଲକୁ ଯାଇ ସ୍ୱାବନମୁନା ପରୀକ୍ଷା ପାଇଁ ଦେଇଥିଲେ । ଆଜି ତାଙ୍କର ନମୁନା ରିପୋର୍ଟ ପଜେଟିଭ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ କୋଭିଡ ହସପିଟାଲକୁ ପଠାଇ ଦେଇଛନ୍ତି । ତାଙ୍କ ପରିବାର ସଦସ୍ୟଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି । ଆଜି ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.