Home କେନ୍ଦୁଝର ରାଧାକୃଷ୍ଣ ମନ୍ଦିରରେ ଝୁଲଣ ଯାତ୍ରା

ରାଧାକୃଷ୍ଣ ମନ୍ଦିରରେ ଝୁଲଣ ଯାତ୍ରା

170

ହାଟଡିହି ୩୧ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମରେ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିର ପରିସରରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଞ୍ଚଦିନ ଧରି ଆରମ୍ଭ ହୋଇଥିବା ଏହି ଯାତ୍ରା ଗହ୍ମା ପୁର୍ଣ୍ଣିମା ଦିନ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି । ପଣ୍ଡିତ ନିରାକାର ଦାଶ ଶ୍ରୀଜିୟୁଙ୍କୁ ମନ୍ଦିରରୁ ବାହାରକୁ ଆଣି ସ୍ନାନ ଦୋଳିରେ ବସାଇ ସମସ୍ତ ରିତୀନୀତି ମତେ ପୂଜାର୍ଚ୍ଚନା କରିଥିଲେ । କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ସାମାଜିକ ଦୁରତା ରକ୍ଷାକରି ଶ୍ରୀଜୀୟୁଙ୍କ ଦର୍ଶନ କରିଥିଲେ । ଅନନ୍ତ ନାୟକ, ଅନିରୁଦ୍ଧ ଜେନା, ଅର୍ଜୁନ ଜେନା, ପ୍ରଫୁଲ ନାୟକ ଓ ବଳରାମ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.