Home ଜିଲ୍ଲା ପରିକ୍ରମା ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା ଉପରେ କର୍ମଶାଳା

ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା ଉପରେ କର୍ମଶାଳା

176

ଖଡିଆଳ/ନୂଆପଡା-୦୮.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ଏନଏସି ଦ୍ୱାରା ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା ଉପରେ ଏକ ଶନିବାର ଅପରାହ୍ନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଖଡିଆଳର ସମସ୍ତ ବ୍ୟବସାୟୀ, ଦୋକାନୀ ତଥା ବୁଦ୍ଧିଜୀବୀମାନେ ଅଂଶ ଗ୍ରହଣ କରିଥିଲେ। ପ୍ରଥମେ ଡାକ୍ତର ସିଦ୍ଧାର୍ଥ ମହାପାତ୍ର ଖଡିଆଳର ପରିମାଳ ବ୍ୟବସ୍ଥା ତଥା ବର୍ଯ୍ୟବସ୍ତୁ କିଭଳି ଭାବରେ ପରିଚାଳନା କରାଯିବ ତା ଉପରେ ଆଲୋକପାତ କରିଥିଲେ। ଭାରତ ର ଗ୍ରୀନ ଟ୍ୟୁବୁନାଲ ଦ୍ୱାରା ପଲିଥିନର ବ୍ୟବହାର ଉପରେ କଟକଣା ଜାରିହୋଇଥିବା କଥା ପ୍ରକାଶ କରି ସେ କହିଥିଲେ ଯେ ଆସନ୍ତା ୧୦ ଦିନ ମଧ୍ୟରେ ଖଡିଆଳ ଏନଏସିରେ ପଳିଥିନ ମୁକ୍ତ କରାଯିବା ପାଇଁ ନଗର ଉନ୍ନୟନ ବିଭାଗରୁ ନିର୍ଦ୍ଦେଶ ଆସିଛି ଏବଂ ତାହା ଆମେ ମାନିବା ଉଚିତ ବୋଲି ପ୍ରକାଶ କରିଥିଲେ। ଅଂଶ ଗ୍ରହଣ କାରିମାନେ ମଧ୍ୟ ନିଜ ନିଜ ମତାମତ ରଖିଥିଲେ ଏବଂ ଏହି ଦିଗରେ ସମସ୍ତେ ସହେଯାଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏନଏସି ତରଫରୁ ପରିମଳ ବ୍ୟବସ୍ଥାକୁ ଠିକ ରଖିବା ପାଇଁ ରାସ୍ତାଘାଟ ନାଳ ନର୍ଦ୍ଧମା ନିୟମିତ ଭାବେ ସଫା କରିବା ଦରକାର ବୋଲି ବ୍ୟବସାୟୀ ସମେତ ଅଂଶ ଗ୍ରହଣକାରୀମାନେ ଦାବି କରିଥିଲେ। ଖଡିଆଳ ଏନଏସି ଇଓ କିଶୋର ଚନ୍ଦ୍ର ସାହୁ କହିଥିଲେ ଯେ ବର୍ତମାନ ପ୍ରତ୍ୟେକ ୱାର୍ଡ ପାଇଁ ୪ ଗୋଟି ଲେଖାଏଁ ଠେଲା ଗାଡି ତଥା ପ୍ରତି ପରିବାର କୁ ୨ ଗୋଟି ଲେଖାଏଁ ଡଷ୍ଟବିନ ଦିଆଯିବ ଏବଂ ପ୍ରତ୍ୟେକ ପରିବାର ବର୍ଯ୍ୟବସ୍ତୁ କୁ ଗୋଟିଏ ଡବାରେ ପ୍ଲାଷ୍ଟିକ ବର୍ଯ୍ୟ ବସ୍ତୁକୁ ରଖିବେ ଅନ୍ୟ ଏକ ଡବାରେ ପଚାସଢା ବର୍ଯ୍ୟବସ୍ତୁ କୁ ରଖିବା ଦିଗରେ ସଚେତନ ହେବା ଦରକାର ବୋଲି କହିଥିଲେ। ଅଂଶ ଗ୍ରହଣକାରୀ ମାନଙ୍କ ଆଉ ଗୋଟିଏ ଦାବି ଥିଲା ସହର ମଧ୍ୟରେ ଯେତେ ଡ୍ରେନ ଅଛି ସେସବୁକୁ ଢାଙ୍କିବା ଦରବାର ବୋଲି ଦାବି କରିଥିଲେ। ପ୍ରେସକ୍ଲବ ସଭାପତି ଅଜିତ ପଣ୍ଡା ତାଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ପ୍ରତ୍ୟେକ ମଣିଷର ମାନସିକତାରେ ପରିବର୍ତ୍ତନ ହେଲେ ଯାଇ ଏହି ପଳିଥିନ ମୁକ୍ତ ଅଭିଯାନ ହେବ ଯାହା ଆଇନ ମାଧ୍ୟମରେ ସମ୍ଭବ ନୁହେଁ। ଏହି କର୍ମଶାଳାରେ ବ୍ୟବସାୟୀ ସଙ୍ଘର ସଭାପତି ବିଶିଷ୍ଠ ଶିଳ୍ପପତି ରଶ୍ମିରଞ୍ଜନ ଚଳାନ, ସମ୍ପାଦକ ସମ୍ବିତ ପଣ୍ଡା, ମୁଳଚନ ଅଗ୍ରୱାଲ ସମେତ ବିକାଶ ଶରାଫ ନିଜ ନିଜ ବକ୍ତବ୍ୟ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.