Home ଜିଲ୍ଲା ପରିକ୍ରମା ପରିତ୍ୟକ୍ତ ପୋଖରୀରେ ନବଜାତ ଶିଶୁର ଶବ; ବ୍ୟବଚ୍ଛେଦ ପାଇଁ ପୁଲିସର ପଦକ୍ଷେପ

ପରିତ୍ୟକ୍ତ ପୋଖରୀରେ ନବଜାତ ଶିଶୁର ଶବ; ବ୍ୟବଚ୍ଛେଦ ପାଇଁ ପୁଲିସର ପଦକ୍ଷେପ

45

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୟାବନାପୁର ଗ୍ରାମ ହଳଦୀଗଡିଆ ସାହିର ଏକ ପରିତ୍ୟକ୍ତ ପୋଖରୀରେ ପଡିଥିବା ନବଜାତକ ଶିଶୁପୁତ୍ରର ଶବକୁ ପୁଲିସ ଆଜି ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ସକାଳେ ଗ୍ରାମର ରମେଶ ଖଣ୍ଡେଇଙ୍କ ପରିତ୍ୟକ୍ତ ‘ପତାଙ୍ଗି’ ପୋଖରୀ କୁ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ନାଭି ନାଡ ଲାଗିଥିବା ନବଜାତ ଶିଶୁର ମୃତ ଦେହ ଭାସୁଥିବା ଦେଖିଥିଲେ । ଶବ ଫୁଲିଯାଇଥିଲା ଓ ଏହା ପ୍ରାୟ ଦୁଇ ତିନି ଦିନ ପୂର୍ବରୁ ପୋଖରୀକୁ ଫିଙ୍ଗାଯାଇଛି ବୋଲି ଲୋକେ ଅନୁମାନ ଲଗାଇଥିଲେ । ଏ ସମ୍ପର୍କରେ ଥାନାକୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ସାହୁଙ୍କ ଅଭିଯୋଗ କ୍ରମେ ଥାନାରେ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ଉଦ୍ଧାର କରାଯାଇଥିଲା । ବ୍ୟବଚ୍ଛେଦ ପାଇଁ ଶବକୁ ଭଦ୍ରକ ପଠାଯାଇଛି । ଏହା କୌଣସି ଅବୈଧ ସନ୍ତାନର ଶବ ହୋଇଥାଇପାରେ ବୋଲି ଗ୍ରାମବାସୀମାନେ ଅନୁମାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.