Home ଜିଲ୍ଲା ପରିକ୍ରମା ଭଦ୍ରକରେ ୫୦ ଲିଟର ଦେଶୀ ରନ୍ଧାମଦ ଜବତ, ୧ ଗିରଫ

ଭଦ୍ରକରେ ୫୦ ଲିଟର ଦେଶୀ ରନ୍ଧାମଦ ଜବତ, ୧ ଗିରଫ

46

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ କ୍ଷୀତିଶ ଦାସ ଏବଂ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡର ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ ଓ ସମସ୍ତ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଜୋରଗଡିଆ, କଂକରା ଗ୍ରାମ ଉପରେ ଚଢାଉ କରି ୫୦ ଲିଟର ଦେଶୀ ରନ୍ଧାମଦ ଓ ଗୋଟିଏ ବାଇକ୍ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣକୁ ଗିରଫ କରିଛନ୍ତି । ତେବେ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବାର ଜଣାପଡିଛି । ଗିରଫ ବ୍ୟକ୍ତିର ନାମ ମହେଶ୍ୱର ବେହେରା ହୋଇଥିବାବେଳେ ଫେରାର ବ୍ୟକ୍ତିଙ୍କ ନାମ ବାବୁଲି ଦେଉରି ବୋଲି ଜଣାପଡିଛି । ପୁଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.