Home ଜିଲ୍ଲା ପରିକ୍ରମା ବଜ୍ରପାତ୍ରରେ ଜଣେ ମୃତ

ବଜ୍ରପାତ୍ରରେ ଜଣେ ମୃତ

116

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ବଜ୍ରପାତରେ ଜଣେ ଧୀବରଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଆଜି ସକାଳ ସମୟରେ ଦୋସିଙ୍ଗା ପଂଚାୟତ ଅଧିନସ୍ଥ ଅମର ନଗର ଗ୍ରାମର ସୁନାଧର ଦଳେଇ (୫୨) ଚନ୍ଦନୀପାଳ ଠାରେ ଥିବା ନିଜ ମାଛ ଧରା ଭୁଟୁଭୁଟି ନିକଟକୁ ଯାଉଥିବା ସମୟରେ ଏହି ବଜ୍ରାଘାତ ହୋଇଥିଲା । ସେଠାରେ ସେ ସଂପୂର୍ଣ୍ଣର୍ ସଜ୍ଞାହୀନ ହୋଇ ପଡିଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ ଧୀବର ମାନେ ତାଙ୍କୁ ତୁରନ୍ତ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପୁନଶ୍ଚ ତାଙ୍କୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ସୁନାଧରଙ୍କ ମୃତ୍ୟୁ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.