Home ଜିଲ୍ଲା ପରିକ୍ରମା ଓଳଗରେ ଫିକା ପଡିଲା ୪ ଶହ ବର୍ଷର ଲାଖବିନ୍ଧା ଉତ୍ସବ

ଓଳଗରେ ଫିକା ପଡିଲା ୪ ଶହ ବର୍ଷର ଲାଖବିନ୍ଧା ଉତ୍ସବ

37

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଓଗଳ ପଂଚାୟତରେ ପ୍ରତିବର୍ଷ ବେଶ୍ ଯାକ ଜମକରେ ପାଳନ କରାଯାଇଥାଏ ଲାଖବିନ୍ଧା ଉତ୍ସବ । ମାତ୍ର ଏବର୍ଷ ମା’ ଦୁର୍ଗାଙ୍କ ବିଜୟାଦଶମୀ ଅବସରରେ ଫିକା ପଡିଲା ଏହି ଉତ୍ସବ । ମହାମାରୀ କରୋନା କଟକଣା ପାଇଁ ପୀଠରେ ପାଳନ ହେଲାନି ଏହି ଲାଖବିନ୍ଧା ଉତ୍ସବ । ପରମ୍ପରାକୁ ବଂଚାଇବା ପାଇଁ ମା’ଙ୍କ ପୀଠରେ ବୀରଯୋଦ୍ଧା ବେଶରେ ପ୍ରତିଯୋଗୀମାନେ ଧନୁ ଓ ତୀର ନେଇ କଦଳୀ ଗଛକୁ ଲକ୍ଷଭେଦ କରି ବିଧୂରକ୍ଷା କରିଥିଲେ । ଏହି ଉତ୍ସବରେ ପ୍ରତିବର୍ଷ ଜଣେ ବିଜୟୀ ପ୍ରତିଯୋଗୀଙ୍କୁ ବିଜୟ ଉତ୍ସବର ଶୋଭାଯାତ୍ରାରେ ସମ୍ବର୍ଦ୍ଧିତ କରାଯାଇଥାଏ । ହେଲେ ଏହି ବିଜୟ ଉତ୍ସବରେ ଏବର୍ଷ ମହାମାରୀ କରୋନାର ବନ୍ଦ ମୋହର ଲାଗିଛି । ଫଳରେ କେଉଁ ଆବାହମାନ କାଳରୁ ଚାଲିଆସିଥିବା ଏହି ପରମ୍ପରାକୁ ବନ୍ଦ ରଖାଯାଇ କେବଳ ବିଧିରକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.