Home Top News ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

116

ଉବନେଶ୍ୱର ୨୯-୧ (ଓଡ଼ିଆ ପୁଅ) ଜୀବନ ସଂଘର୍ଷରେ ହାରିଲେ ନବ। ଶେଷରେ ବୁଜିଲେ ଆଖି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୬୧ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।

ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ ହୋଇଥିଲା। ଏହି ଗୁଳିମାଡ଼ ଜଣେ ପୋଲିସ କର୍ମୀ କରିଥିବା କଥା କୁହାଯାଉଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା। ବ୍ରଜରାଜନଗର ଗାନ୍ଧୀଛକ ଠାରେ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା। ତେବେ ପୋଲିସ ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା କୁହାଯାଉଥିବା ବେଳେ ତାଙ୍କୁ ୪ ରୁ ୫ ରାଉଣ୍ଡ ଗୁଳି ମାରିଥିବା କୁହାଯାଉଛି। ତେବେ ମନ୍ତ୍ରୀଙ୍କୁ ପାଛୋଟି ଆଣିଲାବେଳେ ଜଣେ ପୋଲିସକର୍ମୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ଗୁଳି ମାରିଲେ ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମନ୍ତ୍ରୀ ଗୁରୁତର ହେବା କାରଣରୁ ତାଙ୍କୁ ଭୁବନେଶ୍ୱରକୁ ଏଆରଲିଫ୍ଟ କରାଯାଇଥିଲା। ଏ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ଏବଂ ବିମାନବନ୍ଦର ପରିସରରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଥିଲେ।

ରବିବାର ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଏଏସଆଇ ଗୋପାଳ ଦାସ ଗୁଳିମାଡ କରିବା ପରେ କିଛି ଲୋକ ତାଙ୍କୁ ଧରି ପକାଇଥିଲେ ବୋଲି କୁହାଯାଉଛି। ତେବେ ଏହା କୌଣସି ବ୍ୟକ୍ତିଗତ କାରଣରୁ କିମ୍ବା ଷଡ଼ଯନ୍ତ୍ର ରହିଛି ଆସନ୍ତା ସମୟରେ ସ୍ପଷ୍ଟ ହେବ।ଆଜି ମଧ୍ୟାହ୍ଣରେ ସେ ଏକ କାର୍ଯ୍ୟକ୍ରମରେ ବ୍ରଜରାଜନଗର ଯାଇଥିବା ବେଳେ ସ୍ଥାନୀୟ ଗାନ୍ଧୀଛକ ଫାଣ୍ଡିର ପୁଲିସ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳିମାଡ଼ କରିଥିଲେ। ଏହି ଗୁଳିମାଡ଼ ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା ଓ ଆପୋଲୋ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଗୁରୁତର ନବ ଦାସଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଡାକ୍ତରୀ ଟିମ୍‌ ବହୁ ଉଦ୍ୟମ କରି ଶେଷରେ ବିଫଳ ହୋଇଛନ୍ତି।
ନବ ଦାସଙ୍କ ପରଲୋକରେ ରାଜନୈତିକ ତଥା ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.