Home କୋରାପୁଟ ପରଜାଲିମିକାରେ ରେଡକ୍ରସ ଓ ୟୁଥ ଫର ଚାରିଟି ତରଫରୁ ଗ୍ରାମବାସୀଙ୍କୁ କୋଭିଡ ମହାମାରୀ ସଂପର୍କରେ ସଚେତନତା...

ପରଜାଲିମିକାରେ ରେଡକ୍ରସ ଓ ୟୁଥ ଫର ଚାରିଟି ତରଫରୁ ଗ୍ରାମବାସୀଙ୍କୁ କୋଭିଡ ମହାମାରୀ ସଂପର୍କରେ ସଚେତନତା କଲେ

34

କୋରାପୁଟ ୧୧-୦୭(ଓଡିଆ ପୁଅ/ରଂଜନ ଦାସ)ରେଡକ୍ରସ ଓ ୟୁଥ ଫର ଚାରିଟି ତରଫରୁ କୋରାପୁଟ ବ୍ଲକ ଅନ୍ତର୍ଗତ ପରଜାଲିମିକା ଗ୍ରାମର ଗ୍ରାମବାସୀମାନଙ୍କୁ କୋଭିଡ ମହାମାରୀ ସଂପର୍କରେ ସଚେତନତା କରିଥିଲେ ବୋଲି ଜଣାପଡିଛି ।କୋଭିଡ କଟକଣା କୋହଳ ହେଲେ ମଧ୍ୟ ସଂକ୍ରମଣରୁ ରକ୍ଷା ନିମନ୍ତେ ସର୍ବଦା ମାସ୍କ ବ୍ୟବହାର ,ସାବୁନରେ ବାରମ୍ବାର ହାତ ଧୋଇବା ,ସାମାଜିକ ଦୂରତା ରକ୍ଷା କରିବା ,ଠିକ ସମୟରେ ଟୀକା ନେବାକୁ ଭାରତୀୟ ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟା ତଥା ଜିଲ୍ଲା ଜେଆରସିର ସାଧନକର୍ମି ଶାହେଦା ପରଓିନ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଚେତନତା କରାଇଥିଲେ ।ଯୁବ ସମାଜସେବୀ ସୂର୍ଯ୍ୟ ନାରାୟଣ ପାଢୀ ଓ ନବୀନ କୁମାର ଚୈାଧୂରୀ ଯୋଗଦେଇ ଗ୍ରାମବାସୀମାନଙ୍କୁ ସଚେତନତା କରାଇଥିଲେ ।ଏହି ଅବସରରେ ରେଡକ୍ରସ ତରଫରୁ ମାସ୍କ ଓ ସାବୁନ ଗ୍ରାମବାସୀମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ୟୁଥ ଫର ଚାରିଟି ତରଫରୁ ଚୁଡା ,ଗୁଡ , ପାଉଁରୁଟି , ବିସ୍କୁଟ ପ୍ରଦାନ କରାଯାଇଥିଲା ।ୟୁଥ ଫର ଚାରିଟିର ସଦସ୍ୟ ସୁମନ ଦତ ,ସୁମିତ କୁଡେକ,ସୈାମ୍ୟ ରାୟ,ବରୁଣ କୁମାର ଓସତିଶ ପ୍ରଧାନ ଯୋଗଦେଇଥିଲେ ।ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟ ଶେଖ ଇବ୍ରାହିମ ଓ ପରଜାଲିମିକା ଗ୍ରାମର ଯୁବ ସମାଜସେବୀ ନରସିହ ଖରା ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.