Home କୋରାପୁଟ କୋରାପୁଟ ଜିଲ୍ଲାରେ ୪୦ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୪୦ଜଣ କରୋନା ପଜିଟିଭ ଚିହ୍ନଟ

31

କୋରାପୁଟ ୧୧-୦୭(ଓଡିଆ ପୁଅ /ରଂଜନ ଦାସ) ରବିବାର କୋରାପୁଟ ଜିଲ୍ଲାରେ  ୧୮ଜଣ ମହିଳାଙ୍କ ସମେତ   ୪୦ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୫୮୫ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୫,ଜୟପୁର ପୌରାଂଚଳରୁ ୪,  ସୁନାବେଡା ପୌରାଂଚଳରୁ ୨ ଓ କୋଟପାଡ  ଏନଏସିରୁ ଜଣେ ପଜିଟିଭ ଚିହ୍ନଟ  ହୋଇଛନ୍ତି ।  ସେହିପରି  ଆଜି  ବୈପାରିଗୁଡା ବ୍ଲକରୁ ୧,ବୋରିଗୁମ୍ମା ବ୍ଲକରୁ ୨,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୩ ଓ କୋରାପୁଟ ବ୍ଲକରୁ ୪ ଜଣ  ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ କୋଟପାଡ ବ୍ଲକରୁ ୪,କୁନ୍ଦୁରା ବ୍ଲକରୁ ୨,ଲମତାପୁଟ ବ୍ଲକରୁ ୭,ନାରାୟଣପାଟଣା ବ୍ଲକରୁ ୨ଜଣ  ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ  ରବିବାର ଜିଲ୍ଲାର ବନ୍ଧୁଗାଁ,  ଲକ୍ଷ୍ମୀପୁର,ନନ୍ଦପୁର,ପଟ୍ଟାଙ୍ଗୀ ଏବଂ ସେମିଲିଗୁଡା  ବ୍ଲକରୁ  ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୧୧  ତାରିଖ ସୁଦ୍ଧା ୪ ଲକ୍ଷ   ୧୬ ହଜାର  ୧୧୬ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୯୯୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୫୨୧ ଟି ସକ୍ରୀୟ କେସ ରହିଛି ।  ଜିଲ୍ଲାରେ  ରବିବାର  ସୁଦ୍ଧା  ମୋଟ ମୃତ୍ୟୁ ସଂଖ୍ୟା ୬୭   ରହିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.