Home କୋରାପୁଟ କୋରାପୁଟ ଆଇଟିଡିଏ ତରଫରୁ କୋଟିଆ ଗ୍ରାମପୁଞରେ ଖେଳ ସାମଗ୍ରୀ ଓ ବିହନ କିଟ ପ୍ରଦାନ

କୋରାପୁଟ ଆଇଟିଡିଏ ତରଫରୁ କୋଟିଆ ଗ୍ରାମପୁଞରେ ଖେଳ ସାମଗ୍ରୀ ଓ ବିହନ କିଟ ପ୍ରଦାନ

67

କୋରାପୁଟ ୧୧-୦୭(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ କୋଟିଆ ଗ୍ରାମପୁଞ ଡୋଲିଆମ୍ବ ,ଫଗୁଣସେନେରୀ, ଫାଟୁସେନେରୀ, କନାଦୋରା, ସଲପଗୁଡା  ଓହରମାଣ୍ଡିଙ୍ଗୀରେ ଗ୍ରାମର ଯୁବକମାନଙ୍କୁ ଭଲିବଲ କିଟ ପ୍ରଦାନ କରାଯାଇଥିଲା ।କୋଟିଆ ଗ୍ରାମପୁଞର ପ୍ରତ୍ୟେକ ଗ୍ରାମର ଯୁବକମାନେ ଭଲିବଲ ଖେଳ ପ୍ରତି ଆଗ୍ରହ ପ୍ରଦର୍ଶନ କରୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ୨୧ ଟି ଗ୍ରାମରେ ଭଲିବଲ କିଟ ବଂଟନ ନିମନ୍ତେ ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।ଏଥିସହ ଗ୍ରାମର ମହିଳାମାନଙ୍କୁ ପନିପରିବା କିଟ ପ୍ରଦାନ କରାଯାଇଥିଲା ।ଡୋଲିଆମ୍ବଠାରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର  କିଟ ପ୍ରଦାନ କରିଥିବା ବେଳେଫାଟୁସେନେରୀଠାରେ କୋଟିଆ ସରପଂଚ ବିଶ୍ୱନାଥ ଖିଲ,ସଲପଗୁଡାଠାରେ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ଯୁବକ ଓ ମହିଳାମାନଙ୍କୁ କିଟ ପ୍ରଦାନ କରିଥିଲେ ।ହରମାଣ୍ଡିଙ୍ଗୀ , ଫଗୁଣସେନେରୀ ଓ କନାଦୋରାଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ କାଶୀ ପ୍ରସାଦ ନାୟକ, ସଂସ୍ଥାର କାର୍ଯ୍ୟକ୍ରମ ପରିଚାଳକ ସତ୍ୟ ରଂଜନ ମହାନ୍ତି ଓ କୃଷି ପରାମର୍ଶଦାତା ଶିବ ବେହେରା ଉପସ୍ଥିତ ରହି ଯୁବକ ଓ ମହିଳାମାନଙ୍କୁ କିଟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.