Home ଜିଲ୍ଲା ପରିକ୍ରମା ପବିତ୍ର ରାହସ ପୂର୍ଣ୍ଣିମା : ଦୁର୍ଲଭ ହରଗୈାରୀ ବେଶରେ ଝଟକିଲେ ଆଖଣ୍ଡଳମଣି , କରୋନା ପାଇଁ...

ପବିତ୍ର ରାହସ ପୂର୍ଣ୍ଣିମା : ଦୁର୍ଲଭ ହରଗୈାରୀ ବେଶରେ ଝଟକିଲେ ଆଖଣ୍ଡଳମଣି , କରୋନା ପାଇଁ ପୀଠରେ ୧୪୪ଧାରା ଜାରୀ, ଶିବଗଙ୍ଗାରେ ବିଧିବିଧାନ ଅନୁଯାୟୀ ପାଳନ ହେଲା ବୋଇତ ଭଷାଣ

90

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ରାହସ ପୂର୍ଣ୍ଣିମା ଅବସରରେ ସୋମବାର ରାଜ୍ୟର ଅନ୍ୟତମ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି । ବିଶେଷକରି ମଣିବାବାଙ୍କ ଦୁର୍ଲଭ ହରଗୈାରୀ ବେଶ ଅପରାହ୍ଣ ୫ଟାରେ ସମ୍ପନ୍ନ ହେବା ପରେ ଅନ୍ୟାନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ମହାମାରୀ କରୋନା ପାଇଁ ପୀଠରେ କଟକଣା ଜାରି ରହିଥିବା ବେଳେ ପୀଠରେ ପଞ୍ଚୁକ ପାଇଁ ୧୪୪ ଧାରା ଜାରି କରାଯାଇଥିଲା । ଯେପରି କୈାଣସି ସ୍ଥାନରେ ଭିଡ ନଜମିବ ସେଥିପାଇଁ ଜିଲା ପୁଲିସ ସମେତ ଧୁଷୁରୀ ପୋଲିସ ଓ ଆରଡି ଫାଣ୍ଡି ପକ୍ଷରୁ ବ୍ୟାପକ ପୁଲିସ ମୃତ୍ୟୟନ କରାଯାଇଥିଲା ପୀଠରେ । ମନ୍ଦିରର ଦୈନଦିନ ନୀତିନିର୍ଘ୍ୟଣ୍ଟ ଅନୁଯାୟୀ ରାତ୍ର ସାଢେ ୪ଟାରେ ମନ୍ଦିର ଦ୍ୱାର ଫିଟା ହେବା ପରେ ଅନୁଷ୍ଠିତ ହୋଇଥିଲା ରାହସ ପୂର୍ଣ୍ଣିମାର ନୀତିକାନ୍ତି । ପହିଲି ନୀତିକାନ୍ତି ଅନୁଯାୟୀ ଭୋର ୪ଟାରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି, ଜଳାଭିଷେକ ଆଦି କରାଯିବା ସହିତ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହୁଲୁ ବାଲ୍ୟଭୋଗ ଓ ଖେଚୁଡି ନୀତି(ବଢାଭାତ)ଲାଗି କରାଯାଇଥିଲା । ଦିବା ୧ଟା ସୁଧା ସମସ୍ତ ସକାଳ ଧୂପ ସରିବା ପରେ ମଣିବାବାଙ୍କୁ ପଞ୍ଚୁକ ନୀତି ଅବସରରେ ପଞ୍ଚାନନ ବେଶ କରାଯାଇ ବଡନୀତିଭୋଗ ଲାଗି କରାଯାଇ ଏକଘଣ୍ଟା ଅବକାଶନୀତି(ଶୟନ) କରାଯାଇଥିଲା । ସେହିପରି ବିଧିବିଧାନ ଅନୁଯାୟୀ ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା । ଅପରାହ୍ଣ ୪ଟା ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ଗର୍ଭଗୃହ ମାର୍ଜନା କରାଯାଇ ବିଭିନ୍ନ ଅଳଙ୍କାର ସମେତ ଫୁଲ, ଚନ୍ଦନ, ବେଲ୍ୱପତ୍ର ଆଦିରେ ଆଖଣ୍ଡଳମଣିଙ୍କୁ “ହର” ଓ ମାତା ପାର୍ବତୀଙ୍କୁ “ଗୈାରୀ” ବେଶରେ ସଜ୍ଜିତ କରାଯିବା ପରେ ଦୁର୍ଲଭ ହରଗୈାରୀ ବେଶରେ ସଜ୍ଜିତ କରାଯାଇଥିଲା । ମଣିବାବାଙ୍କର ଏହି ‘ହରଗୈାରୀ’ ବେଶ ବର୍ଷକରେ ଥରେ ହୋଇଥିବାରୁ ହରଗୌାରୀଙ୍କ ଯୁଗଳ ମୂର୍ତ୍ତୀ ଏହି ଦିନରେ ଭକ୍ତମାନେ ଦର୍ଶନ କରିଥାନ୍ତି । ହେଲେ କୋଭିଡ କଟକଣା ପାଇଁ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.