Home ଅନୁଗୁଳ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ତରଫରୁ ପ୍ରାଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ତରଫରୁ ପ୍ରାଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

34
ତାଳଚେର,୩0/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ତରଫରୁ ବିଭାଗର ପ୍ରାଧ୍ୟାପକ ବିକାଶ ରଞ୍ଜନ ପଟ୍ଟନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ମହାବିଦ୍ୟାଳୟ ସଭାଗୃହଠାରେ ଇତିହାସ ବିଭାଗର ମୁଖ୍ୟ ଡ଼ଃ ନିମାଇଁ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷ ରଘୁନାଥ ରଥ ଯୋଗଦେଇ ଅବସର ଗ୍ରହଣ କରୁଥିବା ଇତିହାସ ବିଭାଗର ପ୍ରାଧ୍ୟାପକ ଶ୍ରୀ ପଟ୍ଟନାୟକ ଜଣେ ମେଳାପୀ, ଛାତ୍ରବତ୍ସଳ,କର୍ତବ୍ୟନିଷ୍ଠ ବ୍ୟକ୍ତିତ୍ୱ ଥିଲେ ବୋଲି ପ୍ରକାଶ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ପୂର୍ବତନ ବିଭାଗୀୟ ମୁଖ୍ୟ ଡ଼ଃ ଦେବୀ ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଉପେନ୍ଦ୍ର ପରିଡା,ପ୍ରାଧ୍ୟାପକ ଡ଼ଃ ଅଶୋକ ସାମଲ,ଅର୍ଥନୀତି ବିଭାଗର ମୁଖ୍ୟ ଡ଼ଃ ତ୍ରିପୁରାରୀ ନାଥ, ନୃତତ୍ତ୍ୱ ବିଭାଗର ମୁଖ୍ୟ ଡ଼ଃ ବିନୟ ଖିଲାର,ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସରୋଜ ପ୍ରଧାନ,ପ୍ରାଧ୍ୟାପକ ମେଜର ସୁବ୍ରତ ଦାସ,ଅଧ୍ୟାପକ ଶଶାଙ୍କ ପ୍ରଧାନ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରୁଥିବା ଶ୍ରୀ ପଟ୍ଟନାୟକଙ୍କ ଗୁଣଗାନ କରିବାସହ ଭବିଷ୍ୟତ ଜୀବନ ସୁଖ ସମୃଦ୍ଧିରେ ଅତିବାହିତ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅବସର ଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ତାଳଚେର ସ୍ବୟଂଶାସିତ ମହା ବିଦ୍ୟାଳୟରେ ଅଧ୍ୟାପନ କରିଥିବା ସମୟ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି କହିବାସହ ଭାବ ବିହ୍ଵଳ ହୋଇ ପଡିଥିଲେ। ଶ୍ରୀ ପଟ୍ଟନାୟକଙ୍କୁ ଇତିହାସ ବିଭାଗ ସର୍ବଦା ମନେ ପକେଇବ ବୋଲି ବିଭାଗୀୟ ମୁଖ୍ୟ ଡ଼ଃ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ଇତିହାସ ବିଭାଗ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରାଧ୍ୟାପକ ଶ୍ରୀ ପଟ୍ଟନାୟକଙ୍କୁ ମାନପତ୍ର,ଉତ୍ତରୀୟ ସହ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା। ଏହି ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସୁରଜ ଶର୍ମା,ସୁଜ୍ଞାନୀ ବିଶ୍ୱାଳ,ରାଜେଶ ବେହେରା,ଶିଶିର ସାମଲ, ଶାନ୍ତିଲତା ନାହାକ,ଜଗବନ୍ଧୁ ବେହେରା ଯୋଗ ଦେବା ସହ ସରିତା ଗାୟନ,ସ୍ୱାଗତିକା ଖଟୁଆ,ଅର୍ପିତା ମହାରଣା,ସୋମ୍ୟରଞ୍ଜନ ପ୍ରଧାନ ଓ ବିଭାଗର ଅନ୍ୟାନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ବିଭାଗର ଅଧ୍ୟାପିକା ଡ଼ଃ କୁନ୍ତଳା ସୋଏ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.