Home ଓଡ଼ିଶା ପବିତ୍ର ଅଁଳା ନବମୀ ଉତ୍ସବ ମୁଖରିତ ପ୍ରସିଦ୍ଧ ସାକ୍ଷୀ ଗୋପୀନାଥ ମନ୍ଦିର

ପବିତ୍ର ଅଁଳା ନବମୀ ଉତ୍ସବ ମୁଖରିତ ପ୍ରସିଦ୍ଧ ସାକ୍ଷୀ ଗୋପୀନାଥ ମନ୍ଦିର

80

ପୁରୀ ୨-୧୦ (ଓଡ଼ିଆ ପୁଅ) ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ନଟବର ବେଶ ଓ ଶ୍ରୀ ରାଧାରାଣୀ ଙ୍କ ପାଦ ଦର୍ଶନ, ଓଡ଼ିଆଣୀ ବେଶ ଦର୍ଶନ ପାଈଁ ଭକ୍ତଙ୍କ ଲମ୍ବା ଲାଇନ। ଗତ କାଲି ମଙ୍ଗଳ ବାର ରାତି ୧୧ ଟା ୩୦ମି ରେ ମନ୍ଦିର ଦ୍ଵାର ଫିଟା ନୀତି ପରେ ବିଭିନ୍ନ ନୀତିକାନ୍ତି ପରେ ରାତ୍ର ୩ ଟା ରୁ ଦର୍ଶନ ଆରମ୍ଭ ହୋଇଛି। ତାହା ବୁଧବାର ବିଳମ୍ବିତ ରାତି ଯାଏ ଚାଲିବ। ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ସେଡ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ୨୦ ପ୍ଲାଟୁନ ପୋଲିସ୍ ଫୋର୍ସ, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ଶିବିର ବ୍ୟବସ୍ଥା ହୋଇଛି। ଭକ୍ତମାନେ କେବଳ ଶ୍ରୀ ରାଧାରାଣୀଙ୍କ ଦର୍ଶନ କରୁଛନ୍ତି। ପାଦ ଦର୍ଶନରେ ପାଦ ସ୍ପର୍ଶ ଉପରେ ପୂର୍ବ ଭଳି କଟକଣା ରହିଛି। ତେବେ ଅଁଳା ନବମୀ ରାଧା ପାଦ ଦର୍ଶନ ନେଇ ପ୍ରଭୁ କୃଷ୍ଣ ଓ ଶ୍ରୀ ରାଧାରାଣୀ ଙ୍କ ଏକ ସ୍ଵତନ୍ତ୍ର କିମ୍ବଦନ୍ତୀ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.