Home ଓଡ଼ିଶା ଗୁଡି ସୂତା ଲାଗି ଆକ୍ସନ ମୋଡ଼ରେ ପୁରୀ ପୋଲିସ

ଗୁଡି ସୂତା ଲାଗି ଆକ୍ସନ ମୋଡ଼ରେ ପୁରୀ ପୋଲିସ

72

ପୁରୀ ୨୯-୧୨ (ଓଡ଼ିଆ ପୁଅ) ଗୁଡି ସୂତା ଲାଗି କଟକରେ ଜଣେ ଯୁବକଙ୍କ ମୃତ୍ୟୁ ଏବଂ ପୁରୀରେ ଜଣେ ବୟସ୍କ ବ୍ୟକ୍ତି ଆହତ ହେବା ପରେ ଆକ୍ସନ ମୋଡ଼ରେ ପୁରୀ ପୋଲିସ। ବିକ୍ରି ପାଇଁ ନିଷିଦ୍ଧ ଥିବା ମାଞ୍ଜା ସୂତା, ଚାଇନିଜ ସୂତା ଏବଂ ଏହି ସମ୍ପର୍କିତ ଜିନିଷ ଗୁଡ଼ିକୁ ପୋଲିସ ଦୋକାନରେ ବିକ୍ରୀ ହେଉଚି କି ନାହିଁ ତାହା ତନଖି କରାଯାଇଛି। ବଡ଼ ଦାଣ୍ଡ , ମାର୍କେଟ ଛକ ଆଦି ଅଞ୍ଚଳରେ ଆଜି ପୁରୀ ଟାଉନ ଥାନା ଅଧିକାରୀ ଗୋକୁଳ ରଂଜନ ଦାସ ଙ୍କ ସହ ଏକ ପୋଲିସ ଟିମ ଚଢ଼ାଉ ଅଭିଯାନ ରେ ସାମିଲ ଥିଲେ। ମାଞ୍ଜା ସୂତା , ଚାଇନିଜ ସୂତା ବିକ୍ରି ନ କରିବାକୁ ବିଭିନ୍ନ ଦୋକାନୀ ଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯାଇଛି। ନିୟମ ଉଲଘଂନ କଲେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ସେହିପରି ପୁରୀ ଏକ ପର୍ଯ୍ୟଟନ ସହର ହୋଇ ଥିବା ବେଳେ ଲୋକ ଙ୍କ ଗହଳି ରହିଥାଏ। ଏଣୁ କେହି ଗୁଡି ନ ଉଡାଇବାକୁ ପିଲା ଙ୍କୁ ସଚେତନ କରିବାକୁ ଅଭିଭାବକ ମାନଙ୍କୁ ପୋଲିସ ଅପିଲ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.