Home ଜିଲ୍ଲା ପରିକ୍ରମା ପନ୍ଦର ଘଣ୍ଟା ପରେ ରାସ୍ତା ରୋକ ହଟିଲା

ପନ୍ଦର ଘଣ୍ଟା ପରେ ରାସ୍ତା ରୋକ ହଟିଲା

171

ନୟାଗଡ/୦୨/୧୨(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ଥାନା ଜଗନ୍ନାଥ ସଡକ ଡମ ସାହିଠାରେ ଚାଲିଥିବା ରାସ୍ତା ରୋକ ପନ୍ଦର ଘଣ୍ଟା ପରେ ହଟିଥିବା ଜଣା ପଡିଛି। ଡମସାହି ମୌଜାର ତଲାରିବନ୍ଧ ଗ୍ରାମ ପଡା ଗ୍ରାମ ଭାବରେ ରହି ଆସିଥିଲା। ସରକାରଙ୍କର ନିୟମ ଅନୁଯାୟୀ ତଲାରିବନ୍ଧ ପଡା ଗ୍ରାମ ରାଜସ୍ୱ ଗ୍ରାମର ମାନ୍ୟତା ପାଇବା ପାଇଁ ଯୋଗ୍ୟତା ଥିବାରୁ ପ୍ରଶାସନ ତଲାରିବନ୍ଧ ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ରାଜସ୍ୱ ବିଭାଗକୁ ଚିଠି ଲେଖିଥିଲା। ସେହି ଘଟଣାର ପ୍ରତିବାଦ କରି ଡମସାହି ଗ୍ରାମବାସୀ ଡିସେମ୍ବର ୨ ତାରିଖ ସକାଳ ୬ ଘଟିକାରୁ ରାସ୍ତା ରୋକ କରିଥିଲେ। ରଣପୁର ତହସିଲ୍‌ଦାର ସୁଶାନ୍ତ କୁମାର ପତି ଓ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଘଟଣା ସ୍ଥଳରେ ପହଁଚି ଲୋକ ମାନଙ୍କୁ ବୁଝା ସୁଝା କରିଥିଲେ। ତା ପରେ ଅପରାହ୍ନ ୩ ଘଟିକା ସମୟରେ ରାସ୍ତା ରୋକ ହଟିଥିବା ଜଣା ପଡିଛି। ଏ ସମ୍ପର୍କେ ରଣପୁର ତହସିଲ୍‌ଦାର ସୁଶାନ୍ତ କୁମାର ପତିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସରକାରଙ୍କ ନିୟମ ଅନୁଯାୟୀ ତଲାରିବନ୍ଧ ପଡା ଗ୍ରାମ ରାଜସ୍ୱ ଗ୍ରାମର ମାନ୍ୟତା ପାଇବା ପାଇଁ ହକ୍ ଦାର। ତେଣୁ ଗ୍ରାମବାସୀଙ୍କୁ ବୁଝାଇ ଦିଆଗଲା ଯେ ଆପଣମାନେ ଆଇନ୍ ର ଆଶ୍ରୟ ନିଅନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.