Home ଜିଲ୍ଲା ପରିକ୍ରମା ଅଗାଧୁ ସ୍ମାରକୀ ତାସ୍ ମାଗୁଣୀ ପ୍ରତିଯୋଗୀତା ଉଦ୍‌ଯାପିତ

ଅଗାଧୁ ସ୍ମାରକୀ ତାସ୍ ମାଗୁଣୀ ପ୍ରତିଯୋଗୀତା ଉଦ୍‌ଯାପିତ

87

ନୟାଗଡ/୦୨/୧୨(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ରଘୁ-ଦିବାକର ମଣ୍ଡପରେ ୭ମ ତାସ୍ ମାଗୁଣୀ ପ୍ରତିଯୋଗୀତା ଉଦ୍‌ଯାପିତ ହୋଇଯାଇଅଛି। ଏହି ଫାଇନାଲ ପ୍ରତିଯୋଗୀତାରେ ରମାକାନ୍ତ ବାରିକ ଓ ସନାତନ ମହାରଣା ଚମ୍ପିଆନ୍ ହୋଇଥିଲେ। ୨ ବିଜେତାଙ୍କୁ ଟ୍ରଫି ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଅଛି। ଏହି ଫାଇନାଲ ମ୍ୟାଚ୍ ରେ ଅତିଥି ଭାବରେ ବରିଷ୍ଠ ଆଇନ୍‌ଜିବୀ ଦିଲୀପ୍ କୁମାର ନନ୍ଦ, ରଣପୁର ଡାକ୍ତରଖାନାର ଫାର୍ମାସିଷ୍ଟ ତଥା ରଣପୁର ସମାଜ ପ୍ରତିନିଧି କିଶୋର କୁମାର ରାଉତରାୟ ଓ ରଣପୁର ଏନ୍‌.ଏ.ସି ର ଉପାଧକ୍ଷ ପ୍ରିୟବ୍ରତ ପ୍ରହରାଜ ଯୋଗ ଦେଇଥିଲେ। ୰ ଶିକ୍ଷକ ଅଗାଧୁ ସାହୁ ଜଣେ ତାସ ଖେଳ ପ୍ରେମୀ ଥିଲେ। ତେଣୁ ତାଙ୍କ ପୁତ୍ର ଆଇନ୍‌ଜିବୀ ଶ୍ରୀକାନ୍ତ ସାହୁ ପିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ତାସ୍ ଖେଳ ୭ବର୍ଷ ଧରି ଆୟୋଜନ କରୁଛନ୍ତି। ଏହି ତାସ୍ ଖେଳକୁ ନରସିଂହ ରଥ ଓ ପ୍ରାଣକୃଷ୍ଣ ଗ୍ରହାଚାର୍ଯ୍ୟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.