Home ଜିଲ୍ଲା ପରିକ୍ରମା ପଦ୍ମାଳୟା ପୀଠରେ ଭାଗବତ ଜନ୍ମ ଉତ୍ସବ ପାଳିତ

ପଦ୍ମାଳୟା ପୀଠରେ ଭାଗବତ ଜନ୍ମ ଉତ୍ସବ ପାଳିତ

37

ଭଦ୍ରକ, ୨୧ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଂଗ ପଞ୍ଚାୟତ ଅଧିନସ୍ଥ ପଦ୍ମାଳୟାପୀଠ ସରମଂଗାଠାରେ ନିରାଡ଼ମ୍ବର ସହ ଶ୍ରୀମଦ ଭାଗବତ ଜନ୍ମ ଉତ୍ସବ ଓ ଅନନ୍ତ ନାରାୟଣ ବ୍ରତ ପୂଜା ନିରାଡ଼ମ୍ବର ଭାବେ ସମ୍ପାଦିତ ହୋଇଅଛି । ମଧ୍ୟାହ୍ନରେ ଭଜନ ଓ କୀର୍ତ୍ତନ କରାଯାଇ ପୂଜାସମାପନ ହୋଇଥିଲା । ଭଜନ କୀର୍ତ୍ତନରେ ମୋହିନୀ ମୋହନ ମହାପାତ୍ର, ଦୁଃଶାସନ ଗାହାଣ, ଜଟାଧାରି ଦାସ, ଅମୀୟ ମହାପାତ୍ର, ଗୌରାଂଗ ଚନ୍ଦ୍ର ବାରିକ, ଗୋପାଳ ମୁଖୀ,ଲକ୍ଷ୍ମୀଧର ସେଠି,କାଠିଆ ମହାକୁଡ,ସୂଦର ମହାନ୍ତି, ସୁବାସ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସଂଗୀତ ଗାନ କରିଥିଲେ । ଆୟୋଜକ ଗଂଗାଧର ରାଉଳ,କୃଷ୍ଣ ଚନ୍ଦ୍ର ରାଉଳ,ଦୋଳଗୋବିନ୍ଦ ଧଳ,ଧନଞ୍ଜୟ ସେଠୀ,ବସନ୍ତ କୁମାର ମହାପାତ୍ର, ବିଜୟ ସାମଲ, ପ୍ରାକ୍ତନ ସରପଞ୍ଚ ଅକ୍ଷୟ ମହାନ୍ତି ପ୍ରମୁଖଙ୍କ ସହଯୋଗରେ ଉତ୍ସବଟିକୁ ସଫଳ କରାଇଥିଲେ । ସ୍ୱର୍ଗତ ଶିକ୍ଷକ ବଳରାମ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଏହି ଭାଗବତ ସତସଂଗଟି ଗଠନ କରାଯାଇଥିଲା । ତାଙ୍କର ଆତ୍ମାର ସଦଗତି ନିମନ୍ତେ ଭାଗବତ ଗୋସାଇଁଙ୍କ ପାଖେ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.