Home ଜିଲ୍ଲା ପରିକ୍ରମା ଖବରକାଗଜ ବିତରକ ଧନେଶ୍ୱର ଜେନାଙ୍କ ପରଲୋକ

ଖବରକାଗଜ ବିତରକ ଧନେଶ୍ୱର ଜେନାଙ୍କ ପରଲୋକ

61

ଭଦ୍ରକ, ୨୧ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଏନ୍‌ଏସି ଅଞ୍ଚଳର ଗୋଖାଦିଗି ଗ୍ରାମର ଜଣେ ଜଣାସୁଣା ଯୁବ ସମାଜସେବୀ, ସୁ ସଂଗଠକ ଧନେଶ୍ୱର ଜେନା (କାଳିଆ) ବୟସ ୪୨ ଙ୍କ ସୋମବାର କଟକରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ସେ କିଛିଦିନ ହେବ ଡ଼ାଇବେଟିସ ଓ କିଡ଼ନି ରୋଗରେ ପିଡ଼ିତ ଥାଇ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ଏକସପ୍ତାହ ଧରି ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ କଟକରେ ଏକ ଘରୋଇ ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଥିବାବେଳେ ସୋମବାର ରାତ୍ରୀରେ ତାଙ୍କର ପରଲୋକ ଘଟିଥିଲା । ଆଜି ତାଙ୍କର ନିଜଗ୍ରାମ ଧାମନଗର ନିକଟସ୍ଥ ଗୋଖାଦିଗି (ମନ୍ତେଇବାଟି) ଗ୍ରାମରେ ଶେଷକୃତ ସମ୍ପନ୍ନ କରାଯାଇଛି । ଧାମନଗର ଅଞ୍ଚଳରେ ଜଣାସୁଣା ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନାଙ୍କର ପୁତୁରା ଅଟନ୍ତି । ଆଜି ମୃତ୍ୟୁ ଖବରପାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଳପରିଷଦ ସଭ୍ୟ ମନୋଜ କୁମାର ମଲ୍ଲିକ, ସମିତିସଭ୍ୟ ପ୍ରଦୀପ ମଲ୍ଳିକ, ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଶଚିକାନ୍ତ ପଣ୍ଡା, ନିରାକାର ଧଳ, ଅଭିମନ୍ୟୁ ମଲ୍ଳିକ ଧାମନଗର ପ୍ରେସକ୍ଲବର ସଭାପତି ବାସୁଦେବ ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି କିଶାନ କୁମାର ରାଉତ, ଅନିଲ କୁମାର ବାରିକ, ବୈକୁଣ୍ଠନାଥ ସାହୁ, କୈଳାଶଚନ୍ଦ୍ର ଗୁପ୍ତା, ପ୍ରତାପ କୁମାର ଆନ୍ଦିଆ, ବିରେନ୍ଦ୍ର କୁମାର ଜେନା, ଅନନ୍ତ ଜେନା, ସରୋଜ କୁମାର ସେଠୀ, ସୁଧାକର ଦାଶ, ସେକ୍ ଜାଫର ଅଲ୍ଳୀ, ପ୍ରସାନ୍ତ ସାହୁ, ବାସୁଦେବ ପାତ୍ର, ବିଜେଡ଼ି ବ୍ଲକ ସଭାପତି ଉମେଶଚନ୍ଦ୍ର ମହାନ୍ତି, ନଗର ସଭାପତି ସୁଶାନ୍ତ କୁମାର ରାଉତ, ସମାଜସେବୀ ଏମ୍‌ଡ଼ି ହବିବୁର ରହେମାନ୍‌, ଲମ୍ବୋଦର ଜେନା, ଅଶୋକ କୁମାର ମଲ୍ଲିକ, ଏମ୍‌ଡ଼ି ଫକିରୁଦ୍ଦିନ୍‌, ଆଇନ୍‌ଜୀବୀ ଅଶୋକ ଦାସ, ସରୋଜ ପରିଡ଼ା, ଶକ୍ତିଦତ୍ତ ଦାଶ, ମନୋଜ ସିଂହ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକାକୂଳ ପରିବାରକୁ ସମବେଦନା ଜଣାଇଥିଲେ । ସୂଚନା ଥାଉକି ଧନେଶ୍ୱର ଜଣେ ମେଳାପି ଯୁବକ ଥିବାରୁ ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.