Home ଓଡ଼ିଶା ପଦ୍ମଶ୍ରୀ ସମ୍ମାନ ଘୋଷଣା : ଓଡ଼ିଶାର ରାଧାମୋହନଙ୍କ ସହିତ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ସମ୍ମାନ

ପଦ୍ମଶ୍ରୀ ସମ୍ମାନ ଘୋଷଣା : ଓଡ଼ିଶାର ରାଧାମୋହନଙ୍କ ସହିତ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ସମ୍ମାନ

244

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଚଳିତ ବର୍ଷର ପଦ୍ମ ସମ୍ମାନ ଘୋଷଣା କରାଯାଇଛି। ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମଶ୍ରୀ ସମ୍ମାନ ଘୋଲଣା କରାଯାଇଛି। ଓଡ଼ିଶାର ସମାଜସେବୀ ରାଧାମୋହନ ସହିତ ତାଙ୍କ ଝିଅ ସାବରମତୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ। ଜୈବିକ କୃଷି କ୍ଷେତ୍ରରେ ନୟାଗଡ଼ର ବାପା ଓ ଝିଅଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ।

ଏତଦ୍ ବ୍ୟତୀତ ପଶ୍ଚିମବଙ୍ଗର ଅରୁଣୋଦୟ ମଣ୍ଡଳ, ଆସାମର କୁଶଲ କନୱାର ଶର୍ମା, ମେଘାଳୟର ଟ୍ରିନିଟି ସାଇୟୋ, ଆସାମର ରବି କନନ, ତାମିଲନାଡୁର ଏସ୍‌. ରାମକ୍ରିଷ୍ଣନ, ରାଜସ୍ଥାନର ସୁନ୍ଦରମ ବର୍ମା, ଅରୁଣାଚଳ ପ୍ରଦେଶର ସତ୍ୟନାରାୟଣ ମୁଣ୍ଡାୟୁର, ମଧ୍ୟପ୍ରଦେଶର ଅବଦୁଲ ଜବ୍ବର, ରାଜସ୍ଥାନର ଉଷା ଚୌମାର, ମହାରାଷ୍ଟ୍ରର ପୋପଟ ରାଓ ପାୱାର, କର୍ଣ୍ଣାଟକର ହରେକଳା ହଜବା, ପଞ୍ଜାବର ଜଗଦୀଶ ଲାଲ୍‌ଆହୁଜା, ଉତ୍ତର ପ୍ରଦେଶର ମହମ୍ମଦ ସରିଫ, ଜାମ୍ମୁ ଓ କାଶ୍ମୀରର ଜାଭେଦ ଅହମ୍ମଦ, କର୍ଣ୍ଣାଟକର ତୁଳସୀ ଗୌଡ଼ାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ। ୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣାର ସାମାଜିକ କର୍ମୀ ଅବ୍ଦୁଲ ଜବାରଙ୍କୁ ମଧ୍ୟ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

ଅନ୍ୟମାନଙ୍କ ମଧ୍ୟରେ କୁଶଳ କୋନଓ୍ୱାର, ତ୍ରିନେତୀ ସାୟୁ, ସୁନ୍ଦରମ ବର୍ମା, ମୁନ୍ନା ମାଷ୍ଟର, ରୋହିବାଇ ସୋମା ପାପେରା, ହିମନ୍ତ ରାମ ଭାମ୍ଭୁ, ମୋଇଝିକଲ ପଙ୍କଜାକ୍ଷୀଙ୍କ ନାମ ରହିଛି।

କଙ୍ଗନା ରନୌଟ, ଏକତା କାପୁର, ଅଦନାନ ସାମୀ ଏବଂ କରଣ ଜୋହରଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ରେ ସମ୍ମାନିତ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.