Home ଜିଲ୍ଲା ପରିକ୍ରମା ନେତାଜୀ ଯୁବକ ସଙ୍ଘର ବାର୍ଷିକୋତ୍ସବ ଉଦ୍‌ଯାପିତ

ନେତାଜୀ ଯୁବକ ସଙ୍ଘର ବାର୍ଷିକୋତ୍ସବ ଉଦ୍‌ଯାପିତ

148

ଯାଜପୁର୨୫ା୧(ଓଡିଆ ପୁଅ/ବିରଞ୍ଚିନାରୟଣ ପତ୍ରୀ)ପଥରପଦା ନେତାଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ୨୪ତମ ନେତାଜୀ ଜୟନ୍ତୀ ଓ ବାଷିକୋତ୍ସବ ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନି ସନ୍ଧ୍ୟାରେ ସୁବାସ ଧଳଙ୍କ ସଭାପତିତ୍ୱ ଓ ଅଧ୍ୟାପିକା ସରିତା ପୃଷ୍ଟିଙ୍କ ସଂଚାଳନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ଯୋଗେଦଇଥିଲେ । ସମ୍ମାନୀତ ଅତିଥିଭାବେ ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, ପଥରପଦା ସରପଂଚ ପ୍ରକାଶ ଚନ୍ଦ୍ର ମଲିକ, ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ସାହୁ, ଶିକ୍ଷାବିତ୍ ମଦନ ମୋହନ ବେହେରା, ଯୁବ ସମାଜସେବୀ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଯୋଗଦେଇ ବକ୍ତୃତା ଓ ନୃତ୍ୟ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଉଦଦେଷ୍ଟା ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟମ ପରିଚାଳନାରେ କ୍ଲବର ସଭାପତି ସଂଜୟ କୁମାର ବେହେରା, ଉପସଭାପତି ଅଶୋକ କୁମାର ବେହେରା, ସମ୍ପାଦକ ମାନସ ସାହୁ, କୋଷାଧ୍ୟକ୍ଷ ପର୍ଶୁରାମ ବେହେରା, ପ୍ରେମେଶ ମହାକୁଡ, ସ୍ୱପ୍ନାନନ୍ଦ ଦାସ, ବିକାଶ ମଲ୍ଲିକ, ଚନ୍ଦ୍ରକାନ୍ତ ବିଶ୍ୱାଳ, ପ୍ୟାରୀମୋହନ ବାରିକ, ପ୍ରେମାନ୍ଦ ବାରିକ, ଅନିରୁଦ୍ଧ ବାରିକ, ବିନୟ ବେହେରା, ବିଶ୍ୱରଂଜନ ସାହୁ, ନୀଳମଣି ବାରିକ, ଅମର ବେହେରା, ଅମୀୟ କୁମାର ବେହେରା, ତାପସ ଦାସ ସୁଶାନ୍ତ ଦାସ, ବିଜୟ କୁମାର ବେହେରା, ଶରତ ପରିଜା, ସୌଭାଗ୍ୟ ସାହୁଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥବଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.