Home ଓଡ଼ିଶା ରଣପୁରରେ ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା

ରଣପୁରରେ ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା

140

ନୟାଗଡ/୨୮/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରାଜ୍ୟରେ ଦରଦାମ ବୃଦ୍ଧି ଯୋଗୁଁ କୃଷକମାନେ ପ୍ରତିବାଦ ସ୍ୱରୁପ ନ୍ୟାୟ ଯାତ୍ରା ଆରମ୍ଭ କରିଥିବା ଜଣା ପଡିଛି । ନୟାଗଡ ଜିଲ୍ଲା ରଣପୁରରେ ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା ପହଁଚିଥିବା ଜଣା ପଡିଛି  । ରଣପୁରରେ ପହଁଚିବା ପରେ ରଣପୁର ପଂଚୁଦୋଳ ପଡିଆ ରଘୁ-ଦିବାକର ମଣ୍ଡପରେ ଏକ ସଭା କରାଯାଇଥିଲା । ଏହି ନ୍ୟାୟ ଯାତ୍ରାର ନେତୃତ୍ୱ ନେଉଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଭାପତି ଶେଷଦେବ ନନ୍ଦ । ତାଙ୍କ ସହ ରାଜ୍ୟ ସଦସ୍ୟ ସୁରେନ୍ଦ୍ର ନାଥ ମହାରଣା, ବାଉରୀବନ୍ଧୁ ମହାରଣା ଓ ଭାଗବତ ପରିଡା ରଣପୁରଠାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଂଯୋଜକ ମହେଶ୍ୱର ଜେନା, ସହ ସଂଯୋଜିକା ମମତା ନାଥ, ରଣପୁର ବ୍ଲକ୍ ସଂଯୋଜକ ଓ ରଣପୁର ଏନ୍‌.ଏ.ସି ସଂଯୋଜକ ଅଜୟ ମହାନ୍ତି ଯୋଗ ଦେଇଥିଲେ ।

ରାଜ୍ୟରେ ଦରଦାମ ବୃଦ୍ଧି ଯଥା ପିଆଜ କିଲୋ ପିଛା ୧୩୦ ଓ ଆଳୁ କିଲୋ ପିଛା ୩୦ ଟଙ୍କା ପ୍ରତିବାଦରେ ଏହି ନ୍ୟାୟ ଯାତ୍ରା ଆରମ୍ଭ କରିଥିବା ନବନିର୍ମାଣ କୃଷକ ସଙ୍ଗଠନ ସଭାପତି ଶେଷଦେବ ନନ୍ଦ ସୁଚନା ଦେଇଛନ୍ତି । ଓଡଗାଁ ରଘୁନାଥ ପୀଠରୁ ଏହି ନ୍ୟାୟ ଯାତ୍ରା ବାହାରି ୧୦୦ ଦିନରେ ୭ଟି ଜିଲ୍ଲା ୧୨୦୦ କି.ମି ଅତିକ୍ରମ କରି ଭୁବନେଶ୍ୱରରେ ପହଁଚିବ ବୋଲି ମଧ୍ୟ ସୁଚନା ଦେଇଛନ୍ତି । ରଣପୁରର ଏହି ସଭାରେ ଶତାଧିକ ମହିାଳା ଓ ପୁରୁଷ କୃଷକମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.