Home ଜିଲ୍ଲା ପରିକ୍ରମା ଧାମରାରେ ଶିଳ୍ପ ପାର୍କ ପାଇଁ ପ୍ରଥମ ଜନଶୁଣାଣୀ, ୩୦ଜମି ହରାଙ୍କ ମଧ୍ୟ ୨୮ ଯୋଗ ଦେଇ...

ଧାମରାରେ ଶିଳ୍ପ ପାର୍କ ପାଇଁ ପ୍ରଥମ ଜନଶୁଣାଣୀ, ୩୦ଜମି ହରାଙ୍କ ମଧ୍ୟ ୨୮ ଯୋଗ ଦେଇ ନିଜର ପକ୍ଷରେ ସରକାରଙ୍କ ସହ ସାମିଲ ହେବାକୁ ମତ ରଖିଲେ

12

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ବଳଭଦ୍ରପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଉପଜିଲ୍ଲାପାଳ ମନୋଜ ପାତ୍ର, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତିକ ନାଥ ମଣ୍ଡଳ ,ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର,ନବକୃଷ୍ନ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ତର‘ରୁ ପ୍ର‘ୁଲ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଧାମରାରେ ହେବାକୁ ଥିବା ଶିଳ୍ପ ପାର୍କ ପାଇଁ ଜାଗୁଳା ପଂଚାୟତର ବଳଭଦ୍ରପ୍ରସାଦ ମୌଜାର ୪୨ଏକର ବେସରକାରୀ ଜମି ସାମିଲ ହେବାର ଅଛି । ଏହି ଜମିର ମାଲିକାନସତ୍ୱ ଥିବା ୩୦ଜଣଙ୍କ ମଧ୍ୟରୁ ୨୮ଜଣ ଉପସ୍ଥିତ ଥିଲେ । ଉପସ୍ଥିତ ରହିଥିବା ସମସ୍ତ ଜମିର ମାଲିକ ମାନେ ଧାମରାରେ ହେବାକୁ ଯାଉଥିବା ଶିଳ୍ପ ପାର୍କରେ ସରକାରଙ୍କ ସହ ସାମିଲ ହୋଇ ପାରିଥିବାରୁ ସେମାନେ ସରକାରଙ୍କୁ ଅଶେଷ ଧନ୍ୟବାଦ ଞାପନ କରିଥିଲେ । ଏଥିସହ ଧାମରା ଅଂଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଧାମରା ଜମିହରା ଏବଂ ଅଂଚଳବାସୀ ମାନଙ୍କ ନିମନ୍ତେ ଆୟ ନିମନ୍ତେ ସ୍ୱତନ୍ତ୍ର ସହାୟତା, ଅତିରିକ୍ତ ଜୀବନ ଜିବୀକା କ୍ଷେତ୍ର ପ୍ରସ୍ତୁତି, ଅଂଚଳର ଜଳ ସେଚନ ବ୍ୟବସ୍ଥାର ଉନ୍ନତି କରଣ,କୃଷି ଜାତ ସାମଗ୍ରୀର ଉତ୍ପାଦନ ଏବଂ ବଜାରୀକରଣ ,ନିରବଛିନ୍ନ ଆୟ ନିମନ୍ତେ ଣିଯୁକ୍ତି ସୁଯୋଗ,କର୍ମ ନିଯୁକ୍ତି ଯୋଗାଣ ଅଭିମୁଖି ତାଲିମ କେନ୍ଦ୍ର, କ୍ଷତିଭରଣା ବନୀକରଣ, ପ୍ରଭାବିତ ପରିବାର ମାନଙ୍କ ପାଇଁ ସ୍ଥାନୀୟ ପୁନଃଥଇଥାନ ବ୍ୟବସ୍ଥା,ଉଚ୍ଚ ମାନର ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେବା ଜରୁରୀ ବୋଲି ଅଂଚଳବାସୀ ନିଜ ନିଜର ଦାବୀ ରଖିଥିଲେ ।

ଏଥିସହ ଆଗାମୀ ଦିନରେ ଅଂଚଳରେ ଶିକ୍ଷା,ସ୍ୱାସ୍ଥ୍ୟ ,ଗମନାଗମନ ଏବଂ ପରିବେଶକୁ ଗୁରୁତ୍ୱର ସହ ବିଚାର କରିବାକୁ ମଧ୍ୟ ଦାବୀ ରଖିଥିଲେ ।ଆଜି ଉପସ୍ଥିତ ଥିବା ଜିଲ୍ଲା ପ୍ରଶାସନ, ଅଂଚଳବାସୀ ଏହି ଜନ ଶୁଣାଣୀକୁ ପୂର୍ଣ ସମର୍ଥନ କରିଥିଲେ । ଆଜିର ଏହି ଜନଶୁଣାଣୀର ସଂପୂର୍ଣ ଭିଡିଓ ଉତୋଳନ ହୋଇଥିବା ବେଳେ ଏହାର ସମସ୍ତ ପ୍ରମାଣ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ପଠାଯିବ ବୋଲି ଉପଜିଲ୍ଲାପାଳ ମନୋଜ ପାତ୍ର ନିଜର ବକ୍ତବ୍ୟ ରଖିଥିଲେ । ଏହି ଶିବିରକୁ ସ୍ୱତନ୍ତ୍ର ଭୂମି ଅର୍ଜନ ର ସହକାରୀ ହେମନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଚାନ୍ଦବାଲି ତହସିଲର ପୂର୍ବତନ ସୁପରଭାଇଜତ ଦାଶରଥି ଦାସ ପରିଚାଳନାରେ ସହଯୋଗ କରିଥିଲେ ।ଧାମରା୫ନଂ ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା ସଭାପତିତ୍ୱ ,ଜାଗୁଳା ପଂଚାୟତର ସରପଂଚ ସୁରେଶ ସେଠୀ,ସମିତି ସଭ୍ୟା ସଂଯୁକ୍ତା ଦାସ,ପ୍ରମୁଖ ମଂଚାସୀନ ଥିବା ବେଳେ କୋର କମିଟି ପକ୍ଷରୁ ପ୍ରମୋଦ ନାୟକ, ସୁରେଶ ମାହୁନ୍ତ,ଉମେଶ ମହାକୁଡ, ସୋନୁ ଲେଙ୍କା, ପରିକ୍ଷୀତ ଦାସ, ତାରାକାନ୍ତ ସେଠୀଙ୍କ ସମେତ ବହୁ ଅଂଚଳବାସୀ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ, ବାଂଶଡା ଥାନାଧିକାରୀ ଶ୍ରୀ ବଲ୍ଲଭ ସାହୁ, ଧାମରା ମେରାଇନ ଥାନାଧିକାରୀ ତୁସୀଲ ମାଝୀ, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, କରଞଆଡିଆ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରିକାନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ । ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞନ ଦାଶ ମହାପାତ୍ର, କଇଥଖୋଲା ରାଜସ୍ୱ ନିରୀକ୍ଷକ ଅଜାତ ଶତ୍ରୁ ଦାସ ଏବଂ ଭଦ୍ରକ ଜିଲ୍ଲା ଅ‘ିସରୁ ବହୁ କର୍ମକର୍ତା ଏବଂ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟର ବହୁ କର୍ମକର୍ତା ରହି ଏହି ଶିବିର ପରିଚାଳନା କରିବାରେ ସାହାଯ୍ୟ ଏବଂ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.