Home ଜିଲ୍ଲା ପରିକ୍ରମା ପତଞ୍ଜଳି ଯୋଗ ସମିତି ବୈଠକ

ପତଞ୍ଜଳି ଯୋଗ ସମିତି ବୈଠକ

35

ବାଲେଶ୍ୱର, ୧୮ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ପତଞ୍ଜଳି ଯୋଗ ସମିତି ପକ୍ଷରୁ ଯୋଗ ପ୍ରଶିକ୍ଷକଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ରୟାଲ କୁଇନ୍ କଲ୍ୟାଣମଣ୍ଡପରେ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ଯୋଗଦେଇ ନିରୋଗ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। କରୋନା ମହାମାରୀକୁ ଏଡ଼େଇବା ଓ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିରେ ବାଲେଶ୍ୱର ପତଞ୍ଜଳି ଯୋଗ ସମିତିର ଯୋଗ ଶିକ୍ଷକଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଭାରାତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ କରୁଣାକର ଶିଅଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ପତଞ୍ଜଳି ଯୋଗ ପ୍ରଭାରୀ ଯଶୋମତି ଶିଅଳ, ଜିଲ୍ଲା ଯୁବ ପ୍ରଭାରୀ ମନୋଜ କୁମାର ଦେ, ଜିଲ୍ଲା ଲିଗାଲ ସେଲ ପ୍ରଭାରୀ ଗୋବର୍ଦ୍ଧନ ସାହୁଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଯୋଗ ଶିକ୍ଷକ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.