Home ଓଡ଼ିଶା ପଣ୍ଡ ହେଲା ଡକାୟତି ଯୋଜନା

ପଣ୍ଡ ହେଲା ଡକାୟତି ଯୋଜନା

115

ଗଞ୍ଜାମ,୩୦/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଗଞ୍ଜାମ ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବା ବେଳେ ୧୨ ଜଣଙ୍କୁ କାବୁ କରାଯାଇଛି । ଏମାନଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଟଙ୍କା ଜବତ ହୋଇଛି । ଗତକାଲି ରାତିରେ ଆସିକା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଏକ ୬ ଜଣିଆ ଗ୍ୟାଙ୍ଗକୁ ଆସିକା ପୋଲିସ କାବୁ କରିଛି । ସେହିପରି ବୁଗୁଡ଼ା ଥାନା ପୋଲିସ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ଆଉ ଏକ ୬ ଜଣିଆ ଗ୍ୟାଙ୍ଗକୁ ବୁଗୁଡ଼ା ପୋଲିସ ଉଠାଇ ନେଇଛି । ପୋଲିସ ସେମାନଙ୍କଠାରୁ ବନ୍ଧୁକ, ଗୁଳି, ବୋମା ଆଦି ଜବତ କରିବା ସହ ୫୮ ହଜାର ଟଙ୍କା ଜବତ କରିଛି । ଏମାନେ ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧାରେ ବିଭିନ୍ନ ଅପରାଧ ଘଟାଉଥିଲେ । ଏତେ ପରିମାଣ ଗୁଳି ଓ ପିସ୍ତଲ କେଉଁଠାରୁ ଆଣିଲେ, ତାହାର ତଦନ୍ତ କରାଯିବ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.