Home ଜିଲ୍ଲା ପରିକ୍ରମା ମାନବ ସମ୍ବଳ ବିକାଶ ପାଇଁ ଏକକ ଶିକ୍ଷାନୀତି ଆବଶ୍ୟକ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୮ମ ସଂଧ୍ୟା

ମାନବ ସମ୍ବଳ ବିକାଶ ପାଇଁ ଏକକ ଶିକ୍ଷାନୀତି ଆବଶ୍ୟକ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୮ମ ସଂଧ୍ୟା

40

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯେଉଁ ଦେଶର ଶିକ୍ଷା ନୀତି ଯେତେ ଉକୃଷ୍ଟ, ସେହି ଦେଶ ସେତିକି ବିଭବଶାଳୀ । ଦେଶ ସ୍ୱାଧିନତା ପାଇବାକୁ ଇତିମଧ୍ୟରେ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଦେଶରେ ଏକ ନିର୍ଦ୍ଧିଷ୍ଠ ଶିକ୍ଷା ନୀତି ନାହିଁ । ବିଶେଷକରି ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଶିକ୍ଷା ଦାନ କ୍ରମଶଃ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଯାହାକି ବହୁ ସମୟରେ ଦେଶର ମାନବ ସମ୍ବଳ ଗଠନ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ତେଣୁ ସମଗ୍ର ଦେଶରେ ଏକକ ଶିକ୍ଷାନୀତି ପ୍ରଣୟନ କରିବା ଆବଶ୍ୟକ ବୋଲି ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଭଦ୍ରକ ସାଂସ୍କୃତିକ ମହୋତ୍ସବର ୮ମ ସଂଧ୍ୟାର ଏକ ସ୍ୱତନ୍ତ୍ର ଆଲଚନାଚକ୍ରରେ ମତ ପ୍ରକାଶ ପାଇଛି । ମହୋତ୍ସବ କମିଟିର ସଭାପତି ରବି ନାରାୟଣ ଖିଲାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଆଲୋଚନାଚକ୍ରରେ ବରିଷ୍ଠ ପ୍ରାଧ୍ୟାପକ ସମୀର ହୁଇ ମୁଖ୍ୟ ଅତିଥି, କଳାକାର ନିମାନନ୍ଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରିଷ୍ଠ ସଦସ୍ୟା କଳ୍ପନା ଜେନା ମଞ୍ଚ ଆହ୍ୱାନ, ଚୈତାଳୀ ଖିଲାର ସ୍ୱାଗତ ଭାଷଣ, ବରିଷ୍ଠ ସଦସ୍ୟ ଜଗବନ୍ଧୁ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ମନୋରମା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ସ୍ଥାନୀୟ ନାଟ୍ୟ ସଂସ୍ଥାମାନଙ୍କ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । କମିଟିର ସମ୍ପାଦକ ଆଶିଶ ଅମିତାଭ ମହାପାତ୍ର, କୋଷାଧ୍ୟକ୍ଷ ପ୍ରିୟଦର୍ଶନ ବୋଇତି, ଆବାହକ ଅବିନାଶ ପଣ୍ଡା, କ୍ଷିତିଶ ସାମନ୍ତ ବେହେରା, ଅପୂର୍ବ ବେହେରା, ସୁପ୍ରଭା ପାଣୀ, ସଂଯୁକ୍ତା ମହାନ୍ତି, ଶଙ୍କର ଗୁରୁଭିଲ୍ଲା, ଅଜୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.