Home କଳାହାଣ୍ଡି ପଣ୍ଡକୁଳ ଅନାଥ ଆଶ୍ରମର ଶୌଚାଳୟ ରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କ ଆତ୍ମହତ୍ୟା

ପଣ୍ଡକୁଳ ଅନାଥ ଆଶ୍ରମର ଶୌଚାଳୟ ରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କ ଆତ୍ମହତ୍ୟା

213

କଳାହାଣ୍ଡି ୨୬/୦୬ କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଥାନା ଅନ୍ତର୍ଗତ ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମରେ ଏକ ଶୌଚାଳୟ ରେ ଏକ ଅନ୍ତେବାସୀ ଛାତ୍ରୀ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସାଧାରଣ ରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ପଂଚାୟତ ସ୍ଥିତ ପଣ୍ଡକୁଳ ଗ୍ରାମର ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରଛାତ୍ରୀ ଶୌଚାଳୟ ରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ତେବାସୀ ଛାତ୍ରୀ ଜଣକ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଠନଟ ଗ୍ରାମର ହୋଇଥିବା ବେଳେ ଅନେକ ବର୍ଷ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ମାଁ ମଧ୍ୟ ଝିଅ କୁ ଛାଡି କେଉଁଆଡ଼େ ଚାଳି ଯାଇଛନ୍ତି । ବାପା ମାଁ ଛେଉଣ୍ଡ ହୋଇଥିବାରୁ ତାଙ୍କୁ ପରିବାର ଲୋକେ ଅନାଥ ଆଶ୍ରମ ରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଆଶ୍ରମରେ ଦଶପୁର ପୋଲିସ ଫାଣ୍ଡି ଅଧିକାରି ଓ ଗୋଳାମୁଣ୍ଡା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏହି ଅନାଥ ଆଶ୍ରମର ଅଧ୍ୟକ୍ଷ ଆଗରୁ ମଧ୍ୟ ବହୁ ବାଦ ବିବାଦ ରେ ଛନ୍ଦି ହୋଇଥିଲେ । ବର୍ତ୍ତମାନ ଜଣେ ଛତ୍ରୀ ଆତ୍ମହତ୍ୟା କରିବା ପରେ ଅନାଥ ଆଶ୍ରମ ଏବେ ସନ୍ଦେହ ଘେରକୁ ଚାଲି ଆସିଛି । ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ନା ହତ୍ୟା କରି ଆତ୍ମହତ୍ୟା ର ରୂପ ଦେବାକୁ ଉଦ୍ୟମ କରାଯାଉଛି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.