Home କୋରାପୁଟ ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ ଓ ୩ ଗିରଫ

ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ ଓ ୩ ଗିରଫ

21

କୋରାପୁଟ ୦୪-୦୫(ଓଡିଆ ପୁଅ/ରଂଜନ ଦାସ))ମାଛକୁଣ୍ଡ ପୋଲିସ ଦ୍ୱାରା ଏକ ପଣସ ବୋଝେଇ ଟ୍ରକରୁ   କୋଟିଏ  ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବାବେଳେ ୩ଜଣ  ଗଞ୍ଜେଇ  ମାଫିଆଙ୍କୁ ଗିରଫ କରାଯାଇଥିବା ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି  । ଗିରଫ ୩ଜଣ ହେଲେ ଆନ୍ଧ୍ରପ୍ରଦେଶ ଗୁଣ୍ଠୁର ଅଂଚଳର ଭି.ସତ୍ୟା,ଜି.ଶ୍ରୀଧରନଏବଂ ଜି.ଶ୍ରୀମାନ ।  ମାଛକୁଣ୍ଡ ଥାନା ଜଲାପୁଟର ଜବାଗଡ ଗ୍ରାମରୁ ଆନ୍ଧ୍ରକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଏସପି ବରୁଣ ଗୁଣ୍ଠୁପାଲ୍ଲିଙ୍କୁ ମିଳିଥିଲା । ଏସପିଙ୍କ  ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ,ମାଛକୁଣ୍ଡ ଥାନା ଅଧିକାରୀଙ୍କ  ନେତୃତ୍ୱରେ ଚୋରା ଗଞ୍ଜେଇ ଧରପଗଡ ପାଇଁ  ଟିକାପୁଟ ନିକଟରେ ସମସ୍ତ ଗାଡି ଯାଂଚ କରାଯାଇଥିଲା ।  ଯାଂଚ ସମୟରେ ଏପି-୩୧ଟିବି ୧୩୧୪ ନମ୍ବର ପଣସ ବୋଝେଇ ଟ୍ରକକୁ ଅଟକାଇ ଚେକିଂ କରିବା ବେଳକୁ ସେଥିରୁ ଗଞ୍ଜେଇ ମିଳିଥିଲା । ପୋଲିସ ଟ୍ରକରୁ ୧୦୦୮ କିଲୋଗ୍ରାମ ଗଞ୍ଜେଇ  ଜବତ କରିଛି ଯାହାର ଆନୁମାନିକ ବଜାର ମୂଲ୍ୟ ୧କୋଟି  ଟଙ୍କା ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.