Home Coronavirus Outbreak ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ

ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ

463

ପୁରୀ, ୭/୪ -(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲାରେ ଲକଡାଉନ ସମୟରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସେମାନଙ୍କ ଘର ନିକଟରେ ସେବା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ଗତକାଲି ୨୦୩୧ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରତ୍ୟେକ ଦେଢ ହଜାର ଟଙ୍କା ଭାବେ ୩୦ ଲକ୍ଷ ୪୬ ହଜାର ୫ଶହ ଟଙ୍କା ବଣ୍ଟନ କରାଯାଇଛି। ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ପ୍ରତ୍ୟେକ କାର୍ଡ ପିଛା ୧ହଜାର ଟଙ୍କା ଭାବେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୧୬ ହଜାର ୨୭ ପରିବାରଙ୍କୁ ସାହାର୍ଯ୍ୟ ବଣ୍ଟନ କରାଯାଇଛି। ଏ ପର୍ଯ୍ୟନ୍ତ ୩ ଲକ୍ଷ ୨୩ହଜାର ୯୩୫ଟି ପରିବାରକୁ ୧ଲକ୍ଷ ୬୭ହଜାର ୬୧୯ କ୍ୱିଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି। ସାମାଜିକ ସୁରକ୍ଷା ଅଧିନସ୍ଥ ୧ଲକ୍ଷ ୯୧ହଜାର ୬୮୨ଜଣ ହିତାଧିକାରୀଙ୍କୁ ୩୯କୋଟି ୪୬ଲକ୍ଷ ୫୬ହଜାର ୫ଶହ ଟଙ୍କା ବଣ୍ଟନ କରାଯାଇଛି। ଜିଲ୍ଲାରେ ଅଟକି ରହିଥିବା ବାହାର ଶ୍ରମିକ ଓ ଜିଲ୍ଲାର ଅସହାୟ ବ୍ୟକ୍ତି ପ୍ରାୟ ୩୫ ହଜାରକୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ଜିଲ୍ଲା ୨୦୬୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧ଲକ୍ଷ ୩୮ହଜାର ୩୭୯ଜଣ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.