Home ଅନୁଗୁଳ ତିଳେଶ୍ୱର ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୭ହଜାର ଟଙ୍କା ଦାନ

ତିଳେଶ୍ୱର ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୭ହଜାର ଟଙ୍କା ଦାନ

897

ଆଠମଲ୍ଲିକ(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ସାରା ବିଶ୍ୱରେ ଚାଲିଛି କରୋନା ସହ ଲଢେ଼ଇ। ସମସ୍ତେ ଆଶାବାଦୀ କରୋନା ହାରିବ ଓ ମଣିଷ ଜିତିବ। ଏହି ଲଢେଇରେ ସାମିଲ ହୋଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ତିଳେଶ୍ୱର ଗ୍ରାମବାସୀ। ଆଠମଲ୍ଲିକ ଉପଖଣ୍ଡର କୃତିବାସପୁର ପଞ୍ଚାୟତ ଅନ୍ତର୍ଗତ ତିଳେଶ୍ୱର ଗାଁ। ଯେଉଁଠି ପ୍ରାୟ ୧୬ଶହରୁ ଅଧିକ ଲୋକ ବାସ କରନ୍ତି। ସମସ୍ତେ ଚାଷୀ ଓ ଖଟିଖିଆ। ଅଭାବ ଅନାଟନ ଭିତରେ ରହି ମଧ୍ୟ କରୋନା ଯୁଦ୍ଧରେ ଯୋଦ୍ଧା ହେବାର ନିଷ୍ପତ୍ତି ସେମାନଙ୍କ ମନରେ ଥିବା ଦେଶପ୍ରୀତିକୁ ପଦାରେ ପକାଇଛି। ଗ୍ରାମବାସୀ ସମସ୍ତେ ଏକାଠି ନିଷ୍ପତି ନେଇ ଘରୁ ଘରୁ କିଛି କିଛି ଟଙ୍କା ସଂଗ୍ରହ କରିଛନ୍ତି। ଗରିବ ମଣିଷଟିଏ ମାଣେ ଚାଉଳ ବିକି ଟଙ୍କା ଦେଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ପକେଟ ଖର୍ଚ୍ଚରୁ ସଞ୍ଚୟ ଅର୍ଥ ଦାନ କରିଛନ୍ତି। ଛୋଟ ପିଲାମାନେ ସେମାନଙ୍କର କୁଂପୀ ଭାଙ୍ଗି ଯଥା ସମ୍ଭବ ଦେଇଛନ୍ତି। ଏହିପରି ଗାଁରୁ ମୋଟ ୪୭ହଜାର ଟଙ୍କା ସଂଗ୍ରହ କରିଛନ୍ତି। ସେମାନଙ୍କର ଉଦେଶ୍ୟ କରୋନା ମୁକାବିଲା ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ସଫଳ କରିବାକୁ ଯଥା ସମ୍ଭବ ଦାନ କରିବେ। ଗ୍ରାମବାସୀ ନିଜେ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଗାଁକୁ ଡକାଇ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଛନ୍ତି। ଗ୍ରାମବାସୀଙ୍କ ଏଭଳି ମନୋଭାବକୁ ଖୋଦ ଉପଜିଲାପାଳ ପ୍ରଶଂସା ନକରି ରହି ପାରି ନଥିଲେ। ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ଗ୍ରାମବାସୀଙ୍କ ଏଭଳି ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.