Home Coronavirus Outbreak ଲକଡାଉନ ହେବା ପରେ ଅଟକି ରହିଥିବା ଲୋକଙ୍କ ଆଶ୍ରୟସ୍ଥଳୀ ପାଲଟିଛି ଷ୍ଟେସନର ବରଗଛ

ଲକଡାଉନ ହେବା ପରେ ଅଟକି ରହିଥିବା ଲୋକଙ୍କ ଆଶ୍ରୟସ୍ଥଳୀ ପାଲଟିଛି ଷ୍ଟେସନର ବରଗଛ

220

ପୁରୀ, ୭/୪ -(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହର ଏବଂ ଦେଶରେ ଲକଡାଉନ କରାଯିବା ପରେ ଏଠାରେ ଥିବା ବାହାର ଜିଲ୍ଲାର କେତେକ ଶ୍ରମିକ ସେମାନଙ୍କର ନିଜ ସ୍ଥାନକୁ ଫେରିନଯାଇ ଅଟକି ରହିଛନ୍ତି। କେନ୍ଦୁଝର, ଜଟଣୀ, ଗଞ୍ଜାମ ଓ ଅନ୍ୟ କେତେକ ଜିଲ୍ଲାର ପ୍ରାୟ ୪୦ରୁ ଅଧିକ ପରିବାର ପୁରୀ ରେଳଷ୍ଟେସନର ସମ୍ମୁଖରେ ଥିବା ବରଗଛ ମୂଳେ ଆଶ୍ରୟ ନେଇଛନ୍ତି। ସେମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରେଳବାଇ ପୁଲିସ ପକ୍ଷରୁ ସେମାନଙ୍କୁ ରାତ୍ରି କାଳୀନ ଭୋଜନ ଯୋଗାଇ ଦିଆଯାଉଛି। କିନ୍ତୁ ଦିନବେଳା କେବଳ ବୃଦ୍ଧ, ଅସହାୟ ଲୋକମାନଙ୍କ ପାଇଁ ଯେଉଁ ଖାଦ୍ୟ ଆସୁଛି ସେହି ଖାଦ୍ୟରୁ ଆମ୍ଭେମାନେ ବଂଚିତ ହେଉଛୁ ବୋଲି ସେମାନେ ପ୍ରକାଶ କରିଥିଲେ। ଏପରିକି ଦୈନଦିନ ନିତ୍ୟକର୍ମ ଶେଷ କରିବା ପାଇଁ ଶୌଚାଳୟକୁ ଯିବା ପାଇଁ ସେମାନଙ୍କ ନିକଟରେ ଅର୍ଥାଭାବ ଯୋଗୁଁ ରାସ୍ତା କଡରେ ଥିବା ଟ୍ୟୁବୱେଲ ସେମାନଙ୍କ ସାହାରା ସାଜିଛି ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ଅନୁସନ୍ଧାନ କରି ଏମାନଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରିବା ସହ ଖାଦ୍ୟ ପେୟର ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.